ବିବାହ କଲେକି ଦୂତୀ ଚାନ୍ଦ !! ସୋସିଆଲ ମିଡିଆରେ ଫଟୋ ଭାଇରାଲ
ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଦୂତୀ ଚାନ୍ଦ I ଏଥର କିନ୍ତୁ ଖେଳ ପାଇଁ ନୁହେଁ,ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି I ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦୂତୀଙ୍କ ଏକ ଫଟୋ କୁ ନେଇ ଚର୍ଚ୍ଚା ଲାଗିରହିଛି । ଭାଇରାଲ ହେଉଥିବା ଫଟୋରେ ଦୂତୀ ନିଜ ସମଲିଙ୍ଗୀ ପ୍ରେମିକା ମୋନାଲିସାଙ୍କ ସହ ଏକ ବିବାହ ଷ୍ଟେଜ୍ ଉପରେ ନଜର ଆସିଛନ୍ତି I ଏହି ଫୋଟୋ କୁ ଦୂତୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । […]
ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଦୂତୀ ଚାନ୍ଦ I ଏଥର କିନ୍ତୁ ଖେଳ ପାଇଁ ନୁହେଁ,ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି I ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦୂତୀଙ୍କ ଏକ ଫଟୋ କୁ ନେଇ ଚର୍ଚ୍ଚା ଲାଗିରହିଛି । ଭାଇରାଲ ହେଉଥିବା ଫଟୋରେ ଦୂତୀ ନିଜ ସମଲିଙ୍ଗୀ ପ୍ରେମିକା ମୋନାଲିସାଙ୍କ ସହ ଏକ ବିବାହ ଷ୍ଟେଜ୍ ଉପରେ ନଜର ଆସିଛନ୍ତି I ଏହି ଫୋଟୋ କୁ ଦୂତୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ଦୂତୀ ସୁଟ୍ ପିନ୍ଧିଥିବା ବେଳେ ପ୍ରେମିକା ମୋନାଲିସା ଲେହେଙ୍ଗା ପିନ୍ଧିଛନ୍ତି । ଯାହାକୁ ଦେଖିଲେ ମନେହେବ ଦୂତୀ ଏବଂ ତାଙ୍କ ପ୍ରେମିକା ବିବାହ କରିଛନ୍ତି I ତେବେ ଘଟଣାର ସତ୍ୟତା ଜଣ ପଡି ନଥିଲେ ମଧ୍ୟ,ଫଟୋ ଭାଇରାଲ ହେବା ପରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ ଦୁହିଁଙ୍କୁ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି I




