ବାତ୍ୟା ସିତ୍ରାଙ୍ଗ ହେଲା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା ସିତ୍ରାଙ୍ଗ ଓଡ଼ିଶାକୁ ଛୁଇଁପାରିବ ନାହିଁ ବୋଲି ଆଜି ପାଣିପାଗ ବିଭାଗ ଆକଳନ କରି ସୂଚନା ଦେଇଛି । ତେବେ ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହୋଇ ୨୫ ତାରିଖ ସୁଦ୍ଧା ସେଠାରେ ମାଡ଼ ହୋଇପାରେ । ହେଲେଆସନ୍ତା କାଲି ସୁଦ୍ଧା ଲଘୁଚାପ ଅବପାତ ଓ ୨୪ରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହାରି ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାରେ ସମ୍ଭାବନା ରହିଛି […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା ସିତ୍ରାଙ୍ଗ ଓଡ଼ିଶାକୁ ଛୁଇଁପାରିବ ନାହିଁ ବୋଲି ଆଜି ପାଣିପାଗ ବିଭାଗ ଆକଳନ କରି ସୂଚନା ଦେଇଛି । ତେବେ ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହୋଇ ୨୫ ତାରିଖ ସୁଦ୍ଧା ସେଠାରେ ମାଡ଼ ହୋଇପାରେ । ହେଲେଆସନ୍ତା କାଲି ସୁଦ୍ଧା ଲଘୁଚାପ ଅବପାତ ଓ ୨୪ରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହାରି ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାରେ ସମ୍ଭାବନା ରହିଛି ।
ସୂଚନା ଅନୁସାରେ, ଓଡ଼ିଶା ଉପକୂଳରୁ କିଛି ଦୂରରେ ବାତ୍ୟା ବଙ୍ଗ ମୁହାଁ ହେବ । ଆସନ୍ତା ୨୫ ତାରିଖ ସୁଦ୍ଧା ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ପାଖରେ ବାତ୍ୟା ପହଞ୍ଚିପାରେ । ତେବେ ବଙ୍ଗୋପସାଗର ଦେଇ ଯିବାବେଳେ ଏହା ଓଡ଼ିଶା ଉପକୂଳ ପାଖ ଦେଇ ଗତି କରିବ । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଅନ୍ୟପକ୍ଷେରେ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ସମ୍ପୂର୍ଣ୍ଣ ଫେରି ଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସାରା ଦେଶରୁ ବିଦାୟ ନେଇପାରେ ବୋଲି କେନ୍ଦ୍ର ସୂଚନା ଦେଇଛି ।




