ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ : ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ
ଭୁବନେଶ୍ୱର: ନଭେମ୍ବର ୨୦: ଆଜି ରାଜ୍ୟର ଯୁକ୍ତ ଦୁଇ ଅଫ୍ଲାଇନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ୍ ୧୨, ୩୨୧ ଜଣ ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୮,୪୬୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ପରୀକ୍ଷା ଫଳରେ ଛାତ୍ରଙ୍କଠାରୁ ଅଧିକ ନମ୍ବର ଛାତ୍ରୀମାନେ ରଖିଛନ୍ତି । ଛାତ୍ରମାନଙ୍କ ପାସ୍ ହାର ୬୨.୭ ପ୍ରତିଶତ ରହିଥିଲା ବେଳେ ଛାତ୍ରୀମାନଙ୍କ ପାସ୍ ହାର ୬୭.୭୬ ପ୍ରତିଶତ ରହିଛି । ସେହିପରି […]
ଭୁବନେଶ୍ୱର: ନଭେମ୍ବର ୨୦: ଆଜି ରାଜ୍ୟର ଯୁକ୍ତ ଦୁଇ ଅଫ୍ଲାଇନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ୍ ୧୨, ୩୨୧ ଜଣ ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୮,୪୬୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ପରୀକ୍ଷା ଫଳରେ ଛାତ୍ରଙ୍କଠାରୁ ଅଧିକ ନମ୍ବର ଛାତ୍ରୀମାନେ ରଖିଛନ୍ତି । ଛାତ୍ରମାନଙ୍କ ପାସ୍ ହାର ୬୨.୭ ପ୍ରତିଶତ ରହିଥିଲା ବେଳେ ଛାତ୍ରୀମାନଙ୍କ ପାସ୍ ହାର ୬୭.୭୬ ପ୍ରତିଶତ ରହିଛି ।
ସେହିପରି କଳାରେ ୬,୩୧୦ ଜଣ , ବାଣିଜ୍ୟରେ ୪୨୨ଜଣ , ବିଜ୍ଞାନରେ ୧,୫୦୧ ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୨୨୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।
ସୂଚନା ଅନୁସାରେ, କଳାରେ ପରୀକ୍ଷା ଦେଇଥିବା ୯,୬୭୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬,୩୧୦ ଜଣ ପାସ୍ କରିଛନ୍ତି । କଳାରେ ପାସ୍ କରିଥିବା ପିଲାମାନଙ୍କ ମଧ୍ୟରୁ ୩,୫୮୬ ଜଣ ଛାତ୍ର ଥିଲା ବେଳେ ଛାତ୍ରଙ୍କ ସଂଖ୍ୟା ୨,୭୨୪ ରହିଛନ୍ତି ।
ବାଣିଜ୍ୟରେ ପରୀକ୍ଷା ଦେଇଥିବା ୪୨୦ ଛାତ୍ରଙ୍କ ମଧ୍ୟରୁ ୨୮୮ ଜଣ ଛାତ୍ର ପାସ୍ କରିଛନ୍ତି । ସେହିପରି ୨୦୩ ଛାତ୍ରୀଙ୍କ ମଧ୍ୟରୁ ୧୩୪ ଜଣ ଛାତ୍ରୀ ପାସ୍ କରିଛନ୍ତି ।
ବିଜ୍ଞାନରେ ପରୀକ୍ଷା ଦେଇଥିବା ୧,୪୮୬ ଛାତ୍ରଙ୍କ ମଧ୍ୟରୁ ୯୨୮ ଜଣ ଛାତ୍ର ପାସ୍ କରିଛନ୍ତି । ସେହିପରି ୮୪୬ ଛାତ୍ରୀଙ୍କ ମଧ୍ୟରୁ ୫୭୩ ଜଣ ଛାତ୍ରୀ ପାସ୍ କରିଛନ୍ତି ।
ସେହିପରି, ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେଇଥିବା ୨୬୪ ଛାତ୍ରଙ୍କ ମଧ୍ୟରୁ ୧୩୪ ଜଣ ଛାତ୍ର ଏବଂ ୧୭୬ ଜଣ ଛାତ୍ରୀଙ୍କ ମଧ୍ୟରୁ ୯୩ ଜଣ ଛାତ୍ରୀ ପାସ୍ କରିଛନ୍ତି ।




