ଆସନ୍ତା ଧାମନଗର ଉପନିର୍ବାଚରେ ବିଜେପିରୁ ଲଢ଼ିବେ ସୂର୍ଯ୍ୟବଂଶୀ

ଭଦ୍ରକ : ଆଗକୁ ଆସୁଥିବା ଧାମନଗର ବିଧାନସଭା ଆସନ ଉପନିର୍ବାଚନରେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଚୟନ ଅଡ଼ୁଆ ତୁଟିନ ଥିଲା ବେଳେ ବିଜେପି ତାର ଆଗୁଆ ପାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେପି ବରିଷ୍ଠ ନେତା ତଥା ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପି ତରଫରୁ ପାର୍ଥୀ ଟିକେଟ ପାଇଛନ୍ତି । ତେବେ ଆଉ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବେ […]

Samaya Live Picture
Published On

ଭଦ୍ରକ : ଆଗକୁ ଆସୁଥିବା ଧାମନଗର ବିଧାନସଭା ଆସନ ଉପନିର୍ବାଚନରେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଚୟନ ଅଡ଼ୁଆ ତୁଟିନ ଥିଲା ବେଳେ ବିଜେପି ତାର ଆଗୁଆ ପାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେପି ବରିଷ୍ଠ ନେତା ତଥା ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପି ତରଫରୁ ପାର୍ଥୀ ଟିକେଟ ପାଇଛନ୍ତି । ତେବେ ଆଉ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବେ ବୋଲି ଜଣାଯାଇଛି ।

ସୂର୍ଯ୍ୟଂବଶୀ ସୂରଜଙ୍କ ନାମ ଘୋଷଣା ହେବା ପରେ ଆଜିଠାରୁ ସୂରଜଙ୍କ ପାଇଁ ଧାମନଗରରେ ପ୍ରଚାର ଆରମ୍ଭ ହୋଇଛି । ସୂରଜ ଏବେ ବିଜେପି ରାଜ୍ୟ ମିଡିଆ ସେଲ୍‌ରେ ସଂଯୋଜକ ଭାବେ କାର୍ଯ୍ୟ କରୁଛନ୍ତି । ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ନାମ ଘୋଷଣା ପରେ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ ଭଦ୍ରକରେ ପହଞ୍ଚି ଦଳର ବରିଷ୍ଠ ନେତା ତଥା ପୂର୍ବତନମନ୍ତ୍ରୀ ମନମୋହନ ସାମଲ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ଜିଲ୍ଲା ସାଧାରଣ ସଂପାଦକ ଶଶୀକାନ୍ତ ବିଶ୍ୱାଳଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ନେତାମାନଙ୍କ ସହ ନିର୍ବାଚନ ରଣନୀତି ସଂପର୍କରେ ଆଲୋଚନା କରିଥିବା ସୂଚନା ମିଳିଛି ।

ବାପାଙ୍କ ଆଦର୍ଶରେ ପୁଅ ସୂର୍ଯ୍ୟବଂଶୀ ଅନୁପ୍ରାଣିତ ଏକ କମ୍ପାନୀରୁ ଇଞ୍ଜିନିୟର ପଦ ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସେ ପ୍ରଥମ ଥର ନିଜ ବାପା ବିଷ୍ଣୁ ସେଠୀଙ୍କ ପାଇଁ ନିର୍ବାଚନ ପରିଚାଳନା ଦାୟିତ୍ୱ ନେଇ ରାଜନୀତିରେ ପ୍ରବେଶ କରିଥିଲେ ।