ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ : ନବୀନ ଧରିବେ ମଙ୍ଗ
ଭୁବନେଶ୍ୱର : ମେ ୩୧ରେ ହେବ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ । ପ୍ରଚାର ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି । ବିଜେଡି ମଙ୍ଗଳବାର ବ୍ରଜରାଜନଗର ନିର୍ବାଚନ ଯୁଦ୍ଧ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଘୋଷଣା କରିଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ରଜରାଜନଗରରେ ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି । ସୂଚନା ଅନୁସାରେ, ନବୀନଙ୍କ ସମେତ ଦଳର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ବିଧାୟକ ଦେବୀ […]
ଭୁବନେଶ୍ୱର : ମେ ୩୧ରେ ହେବ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ । ପ୍ରଚାର ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି । ବିଜେଡି ମଙ୍ଗଳବାର ବ୍ରଜରାଜନଗର ନିର୍ବାଚନ ଯୁଦ୍ଧ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଘୋଷଣା କରିଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ରଜରାଜନଗରରେ ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି ।

ସୂଚନା ଅନୁସାରେ, ନବୀନଙ୍କ ସମେତ ଦଳର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ପ୍ରତାପ ଜେନା, ମନ୍ତ୍ରୀ ଡକଫର ଅରୁଣ କୁମାର ସାହୁ, କଟକ ମେୟର ସୁବାସ ସିଂହ, ସଂଜୟ ଦାସବର୍ମା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟୀକା ପ୍ରମିଳା ମଲ୍ଲିକ, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ନବକିଶୋର ଦାସ, ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ଚନ୍ଦ୍ର ସାରଥୀ ବେହେରା,ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, କଳିକେଶ ନାରାୟଣ ସିଂହଦେଓ, ବିଧାୟୀକା ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟସଭା ଏମପି ଡକଫର ସସ୍ମିତ ପାତ୍ର, ଏମପି ସୁଜିତ କୁମାର, ଏମପି ମୁଜିବୁଲ୍ଲା ଖାନ୍, ବିଧାୟକ ରୋହିତ ପୂଜାରୀ, ବିଧାୟକ ପ୍ରୀତିରଞ୍ଜନ ଘଡାଇ, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟକ ରାଜେନ୍ଦ୍ର ଢୋଲକିଆ, ବିଧାୟୀକା ରୀତା ସାହୁ, ନଳିନୀକାନ୍ତ ପ୍ରଧାନ, ପ୍ରଶାନ୍ତ ବେହେରା, ବିଧାୟକ ସରୋଜ ମେହେର, ବିଧାୟକ ବିକ୍ରମ ପଣ୍ଡା, ବିଧାୟୀକା ଲତିକା ପ୍ରଧାନ, ବିଧାୟକ ପ୍ରଦୀପ କୁମାର ଦିସାରୀ, ବିଧାୟକ ଆକାଶ ଦାସ ନାୟକ, ଯୋଗେଶ ସିଂ, ଅରିନ୍ଦମ ରାୟ, ସୌଭାଗ୍ୟ ନାୟକ ଓ ବୈକୁଣ୍ଠ ନାୟକ ପ୍ରମୁଖଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ।
ଷ୍ଟାର ପ୍ରଚାରକ ତାଲିକାରେ କେତେଜଣ ମନ୍ତ୍ରୀ ରହିଥିବା ବେଳେ ସିନେ ଅଭିନେତା ଅରିନ୍ଦମ ଓ ଆକାଶଙ୍କୁ ସ୍ଥାନ ମିଳିଛି । ଉଭୟ ଯୁବ ଓ ଅନୁଭବୀ ନେତାଙ୍କୁ ନେଇ ପ୍ରଚାର ମୈଦାନକୁ ଦଳ ଓହ୍ଲାଇବ ଏହାର ସଙ୍କେତ ଦେଇଛି ଷ୍ଟାର ପ୍ରଚାରକ ତାଲିକା ।




