ଭୁବନେଶ୍ୱର : ଇ-ସ୍କୁଟର ସୋରୁମ ରେ ଲାଗିଲା ନିଆଁ
ଭୁବନେଶ୍ୱର:ପୁଣି ଇଲେକ୍ଟ୍ରିକ ସୋରୁମ ରେ ଲାଗିଲା ନିଆଁ I ଘଟଣା ଘଟିଛି ଭୁବନେଶ୍ୱରରେ ଥିବା ବମିଖାଲସ୍ଥିତ ପିଓର କେକେ ଟ୍ରେଡିଂ ଇ-ଯାନ ସୋରୁମରେ I ତେବେ ବ୍ୟାଟେରୀ ଚାର୍ଜ ସମୟରେ ଏହି ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି I ଏହି ଅଗ୍ନିକାଣ୍ଡରେ ବହୁ ଗାଡ଼ି ପୋଡ଼ି ଯାଇଥିବା ବେଳେ କୌଣସି ଜୀବନହାନୀ ହୋଇ ନଥିବା ଜଣାଯାଇଛି । ସୂଚନା ପାଇ ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ଶୋ’ ରୁମ୍ର ଅଗ୍ନି […]
ଭୁବନେଶ୍ୱର:ପୁଣି ଇଲେକ୍ଟ୍ରିକ ସୋରୁମ ରେ ଲାଗିଲା ନିଆଁ I ଘଟଣା ଘଟିଛି ଭୁବନେଶ୍ୱରରେ ଥିବା ବମିଖାଲସ୍ଥିତ ପିଓର କେକେ ଟ୍ରେଡିଂ ଇ-ଯାନ ସୋରୁମରେ I ତେବେ ବ୍ୟାଟେରୀ ଚାର୍ଜ ସମୟରେ ଏହି ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି I
ଏହି ଅଗ୍ନିକାଣ୍ଡରେ ବହୁ ଗାଡ଼ି ପୋଡ଼ି ଯାଇଥିବା ବେଳେ କୌଣସି ଜୀବନହାନୀ ହୋଇ ନଥିବା ଜଣାଯାଇଛି । ସୂଚନା ପାଇ ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ଶୋ’ ରୁମ୍ର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି । ବାରମ୍ବାର ଇ-ଯାନ ଗୁଡିକରେ ନିଆଁ ଲାଗୁଥିବା ଖବର ସାମ୍ନାକୁ ଆସୁଥିବାବେଳେ ଏହାର ନିରାପତ୍ତାକୁ ନେଇ ଉଠିଛି ପ୍ରଶ୍ନ । ନିକଟରେ ଏକ ଇ-ବସ ଚାର୍ଜ ହେଉଥିବା ସମୟରେ ଭୟଙ୍କର ବିସ୍ଫୋରଣ କରି ଜଳି ଯାଇଥିଲା I ସେହିପରି କିଛି ଦିନ ପୂର୍ବେ ହାଇଦ୍ରାବାଦରେ ରୁବି ଇଲ୍ରେିକ୍ ସ୍କୁଟର ସୋ ’ ରୁମ୍ରେ ନିଆଁ ଲାଗି ପ୍ରାୟ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ଦୁଇଜଣ ଓଡ଼ିଆ ରହିଥିଲେ I




