ଓଡିଶା ମୁହାଁ ଆଉ ଏକ ଲଘୁଚାପ : ୧୨ ଘଣ୍ଟା ମଧ୍ୟରେ ହେବ ଘନୀଭୂତ
ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୁର୍ଣ୍ଣିବଳୟ I ଏହା ଆସନ୍ତା ୧୨ ଘଂଟାରେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ ରେ ପରିଣତ ହେବାକୁ ଯାଉଛି I ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଅବପାତ ର ରୂପ ନେବାକୁ ଯାଉଛି I ଫଳରେ ଏହାର ପ୍ରଭାବରେ ଆସନ୍ତା ୧୯ ତାରିଖରୁ ରାଜ୍ୟରେ ୩ ଦିନ ଯାଏ ପୁଣି ବର୍ଷା ଲାଗି ରହିବ I କେତେକ ଜିଲ୍ଲାରେ ପ୍ରବଳ ରୁ ଅତି […]
ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୁର୍ଣ୍ଣିବଳୟ I ଏହା ଆସନ୍ତା ୧୨ ଘଂଟାରେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ ରେ ପରିଣତ ହେବାକୁ ଯାଉଛି I ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଅବପାତ ର ରୂପ ନେବାକୁ ଯାଉଛି I ଫଳରେ ଏହାର ପ୍ରଭାବରେ ଆସନ୍ତା ୧୯ ତାରିଖରୁ ରାଜ୍ୟରେ ୩ ଦିନ ଯାଏ ପୁଣି ବର୍ଷା ଲାଗି ରହିବ I କେତେକ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ୧୮ ଓ ୧୯ ଓ୨୦ ତାରିଖରେ ପ୍ରବଳ ବର୍ଷିବ । ଆଗାମୀ ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ୧୮ ତାରିଖରୁ ଉପକୂଳ ଓଡ଼ିଶା ଯଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ, ପୁରୀ, ଗଂଜାମ ଓ ଗଜପତି, କେନ୍ଦୁଝର, ମୟୂରଭଂଜ, ଢେଙ୍କାନାଳ, ସୁନ୍ଦରଗଡ, ଝାରସୁଗୁଡା, କଳାହାଣ୍ଡି ଓ ବରଗଡରେ ପ୍ରବଳ ବର୍ଷା ହେବାର ସମ୍ଭବାନା ରହିଛି।
ସେହିପରି ୧୯ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ। ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୦ ତାରିଖରେ ପଶ୍ଚିମ ଓଡିଶାର ଅତିପ୍ରବଳ ବର୍ଷା ହୋଇ ୨୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଲଘୁୁଚାପ ପାଇଁ ୧୯ ଓ ୨୦ ତାରିଖ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ଗଭୀର ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି ।
ସମ୍ଭାବ୍ୟ ଲଘୁଚାପ ନେଇ ଗତକାଲି ଏସ୍ଆରସି କେନ୍ଦୁଝର, ଭଦ୍ରକ, ଯାଜପୁର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଏହି ଜିଲ୍ଲା ଗୁଡ଼ିକ ବୈତରଣୀ ନଦୀ ଅବବାହିକାରେ ଆସୁଥିବାରୁ ସତର୍କ ରହିବାକୁ ଏସ୍ଆରସି ସୂଚନା ଦେଇଛନ୍ତି I




