ଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଜୁନ୍‌ ୦୧: ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ର୍ନିବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗକୁ ଛାଡି ଅନ୍ୟ ସମସ୍ତ ନିଯୋଗର ସଭାପତି ଯୋଗ ଦେଇଥିଲେ । ଠାକୁରଙ୍କ ଜମି ବିବାଦକୁ କେନ୍ଦ୍ର କରି ଏହି ଦୁଇ ନିଯୋଗ ବୈଠକରେ ସାମିଲ ହୋଇନଥିଲେ । ମତାନ୍ତର ମଧ୍ୟରେ ବି ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ଯାତ୍ରାରେ […]

Samaya Live Picture
Published On

ଭୁବନେଶ୍ୱର: ଜୁନ୍‌ ୦୧: ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ର୍ନିବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗକୁ ଛାଡି ଅନ୍ୟ ସମସ୍ତ ନିଯୋଗର ସଭାପତି ଯୋଗ ଦେଇଥିଲେ । ଠାକୁରଙ୍କ ଜମି ବିବାଦକୁ କେନ୍ଦ୍ର କରି ଏହି ଦୁଇ ନିଯୋଗ ବୈଠକରେ ସାମିଲ ହୋଇନଥିଲେ । ମତାନ୍ତର ମଧ୍ୟରେ ବି ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ଯାତ୍ରାରେ ସେବାକାର୍ଯ୍ୟରେ ଦୁଇ ନିଯୋଗ ସୁରୁଖୁରୁରେ ସେବା ଯୋଗାଇବେ ବୋଲି ଆଶା ରଖିଛନ୍ତି । ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ଶୀତଳ ଷଷ୍ଠୀରେ ଶିବ ପାର୍ବତୀଙ୍କ ବିବାହ ପାଇଁ ମନ୍ଦିର କାର୍ଯ୍ୟାଳୟ ତରଫରୁ କାର୍ଯ୍ୟସୂଚୀ ଜାରି କରାଯାଇଛି । ସକାଳ ୬.୩୦ରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ସମାପନ କରାଯିବା ପରେ ଅନ୍ୟ ନୀତିଗୁଡିକ ଅନୁଷ୍ଠିତ ହେବ । ରାତ୍ରି ୮ଟାରେ ବାବା କପିଳନାଥ ବିଜେ କରିବା ପରେ ରାତ୍ରି ୯ଟା ପର୍ଯନ୍ତ ବଡ଼ସିଂହାର, ପଂଞ୍ଚାବକ୍ର ବିଜେ କାର୍ଯ୍ୟ ଚାଲିବ । ରାତ୍ରି ୯ଟା ପରେ ମନ୍ଦିର ଭିତରେ ବରଯାତ୍ରୀ ଭୋଜି ଅନୁଷ୍ଠିତ ହେବା ସହ ରାତ୍ରି ୧୨ଟାରୁ ଭୋର ୪ଟା ପର୍ଯନ୍ତ ବିବାହ କାର୍ଯ୍ୟ ଚାଲିବା ନେଇ ସୂଚନା ରହିଛି ।