ପଦ୍ମପୁରରେ ସନ୍ଧ୍ୟା ୬ ଟା ସୁଦ୍ଧା ୮୦.୫୦ ପ୍ରତିଶତ ଭୋଟଦାନ

ଭୁବନେଶ୍ୱର : ପଦ୍ମପୁରରେ ରେକର୍ଡ କରିଛି ମତଦାନ I ଅପରାହ୍ନ ୪ ଟା ସୁଦ୍ଧା ମତଦାନ ସାରିବାକୁ ନିୟମ ଥିଲେ ମଧ୍ୟ ସନ୍ଧ୍ୟା ୬ ଯାଏଁ ଚାଲିଥିଲା ଭୋଟଗ୍ରହଣ I ବହୁ ସଂଖ୍ୟାରେ ଭୋଟର ଏବେ ବି ଧାଡିରେ ଛିଡା ହୋଇଥିବାରୁ ମତଦାନ ଜାରି ରହିଛି | ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି କହିଛନ୍ତି ଯେ ଏବେ ବି ୮୯ଟି ବୁଥରେ ମତଦାନ ଚାଲିଛି ଓ ୧୨ ହଜାରରୁ ଅଧିକ ଭୋଟର ଲାଇନରେ […]

Samaya Live Picture
Published On

ଭୁବନେଶ୍ୱର : ପଦ୍ମପୁରରେ ରେକର୍ଡ କରିଛି ମତଦାନ I ଅପରାହ୍ନ ୪ ଟା ସୁଦ୍ଧା ମତଦାନ ସାରିବାକୁ ନିୟମ ଥିଲେ ମଧ୍ୟ ସନ୍ଧ୍ୟା ୬ ଯାଏଁ ଚାଲିଥିଲା ଭୋଟଗ୍ରହଣ I ବହୁ ସଂଖ୍ୟାରେ ଭୋଟର ଏବେ ବି ଧାଡିରେ ଛିଡା ହୋଇଥିବାରୁ ମତଦାନ ଜାରି ରହିଛି | ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି କହିଛନ୍ତି ଯେ ଏବେ ବି ୮୯ଟି ବୁଥରେ ମତଦାନ ଚାଲିଛି ଓ ୧୨ ହଜାରରୁ ଅଧିକ ଭୋଟର ଲାଇନରେ ରହିଛନ୍ତି | ସେମାନଙ୍କ ମତଦାନ ସରିବା ପର୍ଯ୍ୟନ୍ତ ଭୋଟିଂ ଚାଲିବ I ସନ୍ଧ୍ୟା ୬ଟାରୁ ୬.୩୦ ପର୍ଯ୍ୟନ୍ତ ଭୋଟିଂ ଚାଲିବ ବୋଲି ଆକଳନ କରାଯାଉଛି | ଅପରାହ୍ଣ ୪ଟା ସୁଦ୍ଧା ଯେଉଁ ମତଦାତାମାନେ ଭୋଟଦାନ କେନ୍ଦ୍ର ପରିସରରେ ପହଞ୍ଚି ଭୋଟଦାନ ପ୍ରକ୍ରିୟାରେ ସାମିଲ ହୋଇଥିବେ ସେମାନେ ସମସ୍ତେ ଭୋଟ ଦେବା ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ପ୍ରକ୍ରିୟା ଜାରି ରହିବ। ସନ୍ଧ୍ୟା ୬ଟା ସୁଦ୍ଧା ୮୦.୫୦ ପ୍ରତିଶତ ଭୋଟଦାନ ହୋଇଥିବା ସୂଚନା ମିଳିଛି। ଏବେ ବି ଆଉ ୭୧ଟି ବୁଥ୍‌ରେ ମତଦାନ ଚାଲିଥିବା ନେଇ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ସୂଚନା ଦେଇଛନ୍ତି।