ଆଜିଠୁ କଳିଙ୍ଗରେ ଅଲ୍ଓଡ଼ିଶା ରାଜ୍ୟ ସନ୍ତରଣ ଚାମ୍ପିଅନସିପ୍
ଭୁବନେଶ୍ୱର: ମେ ୨୮: କଳିଙ୍ଗ ଷ୍ଟାଡିୟମ୍ର ବିଜୁ ପଟ୍ଟନାୟକ ସୁମିଂପୁଲ୍ କମ୍ପ୍ଲେକ୍ସରେ ଶନିବାରଠୁ ୬୨ତମ ଅଲ୍ଓଡ଼ିଶା ରାଜ୍ୟ ସନ୍ତରଣ ଚାମ୍ପିଅନ୍ସିପ୍ (ଜୁନିୟର, ସବ୍ଜୁନିୟର ବାଳକ ଓ ବାଳିକା) ଆରମ୍ଭ ହେବାକୁଯାଉଛି । ୨୮ରୁ ୩୦ ପର୍ଯ୍ୟନ୍ତ ୩ ଦିନ ଧରି ଏହି ପ୍ରତିଯୋଗିତା ଆୟୋଜନ ହେବ । ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ତଥା ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ମିଳିତ ଭାବେ ଏହି ପ୍ରତିଯୋଗିତାକୁ ଆୟୋଜନ କରିଛନ୍ତି । ଏତଦ୍ଭିନ୍ନ ସୁମିଂ ଫେଡେରେସନ୍ ଅଫ୍ […]
ଭୁବନେଶ୍ୱର: ମେ ୨୮: କଳିଙ୍ଗ ଷ୍ଟାଡିୟମ୍ର ବିଜୁ ପଟ୍ଟନାୟକ ସୁମିଂପୁଲ୍ କମ୍ପ୍ଲେକ୍ସରେ ଶନିବାରଠୁ ୬୨ତମ ଅଲ୍ଓଡ଼ିଶା ରାଜ୍ୟ ସନ୍ତରଣ ଚାମ୍ପିଅନ୍ସିପ୍ (ଜୁନିୟର, ସବ୍ଜୁନିୟର ବାଳକ ଓ ବାଳିକା) ଆରମ୍ଭ ହେବାକୁଯାଉଛି । ୨୮ରୁ ୩୦ ପର୍ଯ୍ୟନ୍ତ ୩ ଦିନ ଧରି ଏହି ପ୍ରତିଯୋଗିତା ଆୟୋଜନ ହେବ । ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ତଥା ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ମିଳିତ ଭାବେ ଏହି ପ୍ରତିଯୋଗିତାକୁ ଆୟୋଜନ କରିଛନ୍ତି ।

ଏତଦ୍ଭିନ୍ନ ସୁମିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଏହି ପ୍ରତିଯୋଗିତାକୁ ସ୍ୱୀକୃତୀ ଦେଇଛି । ୨୦ଟି ଜିଲ୍ଲାରୁ ମୋଟ୍ ୨୫୮ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ । ଏମାନଙ୍କ ମଧ୍ୟରେ ୧୫୧ ଜଣ ବାଳକ ଓ ୭୧ ଜଣ ବାଳିକା ଅଛନ୍ତି । ଜୁନିୟର ଏବଂ ସବ୍ଜୁନିୟର ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୫୦ ଜଣ ଟେକ୍ନିକାଲ ଅଫିସିଆଲ ଏହି ପ୍ରତିଯୋଗିତାକୁ ପରିଚାଳନା କରିବେ । ଇଲୋକେଫ୍ରାନିକ୍ ଟସ୍ ପ୍ୟାଡର ବ୍ୟବହାର ହେବ । ଏହା ଦ୍ୱାରା ପ୍ରତିଯୋଗୀଙ୍କ ଉପଯୁକ୍ତ ଟାଇମିଂ ନିର୍ଣ୍ଣୟ ସାଙ୍ଗକୁ ଫଳାଫଳ ନିରପକ୍ଷ ହୋଇପାରିବ । ଭୁବନେଶ୍ୱରର ବାହାର ଖେଳାଳିଙ୍କ ପାଇଁ ରାଜ୍ୟ ସଂଘ ଓ ରାଜ୍ୟ ସରକାର ରହିବା, ଖାଇବା ଓ ଯାତାୟତର ବ୍ୟବସ୍ଥା କରିଛନ୍ତି । ଏହି ପ୍ରତିଯୋଗିତାକୁ ଶନିବାର ସନ୍ଧ୍ୟାରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତୀ ବେହେରା ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ।

ଏହି ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ପ୍ରତିଯୋଗୀ ଆଗାମୀ ଜୁନ୍ରେ ରାଜକୋଟ୍ରେ ଆୟୋଜନ ହେବାକୁଥିବା ଜାତୀୟ ଆକ୍ୱାଟିକ୍ ଚାମ୍ପିଅନ୍ସିପ୍ରେ ରାଜ୍ୟର ପ୍ରତିନିଧିତ୍ୱ କରିବେ । ସେହିଭଳି ଜୁଲାଇ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁଥିବା ଜୁନିୟର ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣର ସୁଯୋଗ ପାଇବେ ।




