ସ୍କୁଲକୁ ଆସୁନାହାନ୍ତି ୩୦% ପିଲା :ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ
ଭୁବନେଶ୍ୱର: ମେ ୧୪: ମହାମାରୀ କୋରନା ପରେ ୩୦ ପ୍ରତିଶତ ପିଲା ଆଉ ସ୍କୁଲକୁ ଆସୁନାହାନ୍ତିି । ଚଳିତ ବର୍ଷ ୭୦ ପ୍ରତିଶତ ପିଲା ସ୍କୁଲ ଆସିଥିବା ବେଳେ ୩୦ ପ୍ରତିଶତ ପିଲା ସ୍କୁଲ ଆସିନାହାନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଏକ ରିପୋର୍ଟ ଅନୁସାରେ, ୧୨ଟି ଶ୍ରେଣୀର ପାଖାପାଖି ୬୦ ଲକ୍ଷ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପଢୁଛନ୍ତି । ଯଦି ସରକାରଙ୍କ ହିସାବକୁ ଦେଖାଯାଏ ତେବେ ୩୦ ପ୍ରତିଶତ ଅର୍ଥାତ୍ […]
ଭୁବନେଶ୍ୱର: ମେ ୧୪: ମହାମାରୀ କୋରନା ପରେ ୩୦ ପ୍ରତିଶତ ପିଲା ଆଉ ସ୍କୁଲକୁ ଆସୁନାହାନ୍ତିି । ଚଳିତ ବର୍ଷ ୭୦ ପ୍ରତିଶତ ପିଲା ସ୍କୁଲ ଆସିଥିବା ବେଳେ ୩୦ ପ୍ରତିଶତ ପିଲା ସ୍କୁଲ ଆସିନାହାନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।
ଏକ ରିପୋର୍ଟ ଅନୁସାରେ, ୧୨ଟି ଶ୍ରେଣୀର ପାଖାପାଖି ୬୦ ଲକ୍ଷ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପଢୁଛନ୍ତି । ଯଦି ସରକାରଙ୍କ ହିସାବକୁ ଦେଖାଯାଏ ତେବେ ୩୦ ପ୍ରତିଶତ ଅର୍ଥାତ୍ ୧୮ ଲକ୍ଷ ପିଲା ଆଦୌ ସ୍କୁଲ ଯାଉନାହାନ୍ତି । ଅଷ୍ଟମ ଶ୍ରେଣୀ ପାସ୍ କରିବା ପରେ ଅନେକ ପିଲା ନବମ ଶ୍ରେଣୀରେ ନାମ ଲେଖାଇ ନାହାନ୍ତି ।
ତେବେ ସ୍କୁଲରେ ପିଲାମାନଙ୍କ ଉପସ୍ଥିତି କମିବାର କରାଣ ତଦନ୍ତ କରିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହିପରି କି କିପରି ସ୍କୁଲରେ ଶତପ୍ରତିଶତ ଉପସ୍ଥାନ ରହିବ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ପିଲା କାହିଁକି ସ୍କୁଲକୁ ଆସୁନାହାନ୍ତି ସେ ନେଇ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଭିଭାବକଙ୍କ ସହ ଯୋଗାଯୋଗ କରିବେ ।
ଗାଁର ସରପଞ୍ଚ ଓ ଏସ୍ଏଚ୍ଜି ମହିଳାଙ୍କ ସହ ଆଲୋଚନା କରି କେଉଁ ଗାଁରେ କେତେ ପିଲା ସ୍କୁଲ ଆସୁନାହାନ୍ତି ତା’ର ତଦାରଖ କରିବେ । ଆସନ୍ତା ମାସରେ ସବୁ ପିଲା କିପରି ସ୍କୁଲରେ ଉପସ୍ଥିତ ରହିବେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ଏହାସହିତ ବିଦ୍ୟାଳୟରେ ଛାତ୍ରଛାତ୍ରୀ କାହିଁକି ଅନୁପସ୍ଥିତି ରହୁଛନ୍ତି, ତା’ର କାରଣ ଜାଣିବା ପାଇଁ କନିଷ୍ଠ ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀଙ୍କ ଘରକୁ ଯିବା ପାଇଁ କୁହାଯାଇଛି । ଏହି କନିଷ୍ଠ ଶିକ୍ଷକମାନେ ଛାତ୍ର ଓ ସେମାନଙ୍କ ପିତାମାତାଙ୍କୁ ବିଦ୍ୟାଳୟକୁ ସେମାନଙ୍କ ୱାର୍ଡ ପଠାଇବା ପାଇଁ ଉତ୍ସାହିତ କରିବେ । ସେମାନଙ୍କୁ ବିଦ୍ୟାଳୟ ପଠାଇବାର ଲାଭ ଏବଂ ଛାତ୍ରଛାତ୍ରୀଙ୍କୁ ମାଗଣା ବହି, ମାଗଣା ୟୁନିଫର୍ମ, ଏମଡିଏମ୍ ଏବଂ ସ୍କଲାରସିପ୍ ଯୋଗାଇବା ପାଇଁ ସରକାର ନେଇଥିବା ପଦକ୍ଷେପ ସଂପର୍କରେ କହିବେ ।




