୨୪ ଘଣ୍ଟାରେ ରାଜ୍ୟରେ ୭୫୪ କରୋନା ସଂକ୍ରମିତ ଓ ୬ ମୃତ

ଭୁବନେଶ୍ୱର: ସେପ୍‌ଟେମ୍ବର ୧: ଆଜି ରାଜ୍ୟରେ ୬୬, ୬୮୮ ସ୍ୱାବ ଟେଷ୍ଟ ମଧ୍ୟରୁ ୭୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୦୮ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ନୂତନ ସଂକ୍ରମଣଙ୍କ ମଧ୍ୟରୁ ୪୩୮ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୧୬ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୦୯ ହଜାର ୨୨୩ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ସେହିପରି […]

Samaya Live Picture
Published On

ଭୁବନେଶ୍ୱର: ସେପ୍‌ଟେମ୍ବର ୧: ଆଜି ରାଜ୍ୟରେ ୬୬, ୬୮୮ ସ୍ୱାବ ଟେଷ୍ଟ ମଧ୍ୟରୁ ୭୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୦୮ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ନୂତନ ସଂକ୍ରମଣଙ୍କ ମଧ୍ୟରୁ ୪୩୮ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୧୬ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୦୯ ହଜାର ୨୨୩ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୬୬୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୯ ଲକ୍ଷ ୯୩ ହଜାର ୯୦୧ ରହିଥିଲାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭,୨୪୧ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ୬ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରୁ ୮ ହଜାର ୨୮ ଜଣଙ୍କ ମୃତୁ୍ୟ ହେଲାଣି ।
ଆଜି ଖୋର୍ଦ୍ଧାରେ ସର୍ବାଧିକ ୨୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଗଜପତି ଓ ସୋନପୁର ଜିଲ୍ଲାରୁ ଗତ ୨୪ ଘଣ୍ଟାରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୧୬, ବାଲେଶ୍ୱରରୁ ୪୩, ବରଗଡ଼ରୁ ୧, ଭଦ୍ରକରୁ ୭ ,ବଲାଙ୍ଗୀରରୁ ୪, ବୌଦ୍ଧରୁ ୩, କଟକରୁ ୧୧୦, ଦେଓଗଡ଼ରୁ ୯, ଢ଼େଙ୍କାନାଳରୁ ୯, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୫, ଯାଜପୁରରୁ ୨୮, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୨, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୧୯, କେନ୍ଦୁଝରରୁ ୧୬, କୋରାପୁଟରୁ ୬, ମାଲକାନଗିରିରୁ ୯, ମୟୁରଭଞ୍ଜରୁ ୨୩, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୧୩, ନୂଆପଡ଼ାରୁ ୭, ପୁରୀରୁ ୨୮, ରାୟଗଡ଼ାରୁ ୯, ସମ୍ବଲପୁରରୁ ୧୩, ସୁନ୍ଦରଗଡ଼ରୁ ୨୬ ଏବଂ ଷ୍ଟେଟ ପୁଲରୁ ୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।