ସାମ୍ବାଦିକଙ୍କୁ ମାଡ ଘଟଣା: ଭାରତୀୟ ମାନବଧିକାର ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନା ରେ ବିକ୍ଷୋଭ

କେନ୍ଦ୍ରାପଡ଼ା: ଜୁଲାଇ ୩୧: ଭାରତୀୟ ମାନବଧିକାର ପରିଷଦ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକଙ୍କୁ ମାଡ ଘଟଣାକୁ କେନ୍ଦ୍ରକରି ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ପରିଷଦର ଜିଲ୍ଲା ସଭାପତି ନିରଞ୍ଜନ ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଜାତୀୟ ପରିଷଦର ସମ୍ପାଦକ ଚିତ୍ତରଞ୍ଜନ ତରାଇ ଓ ଜିଲ୍ଲା ସମ୍ପାଦକ ଧନେଶ୍ୱର ପଟ୍ଟନାୟକ, ପ୍ରଦୀପ ବରାଳ, ସୈାମ୍ୟରଞ୍ଜନ ଧଳ ପ୍ରମୁଖ ଯୋଗଦେଇ ଖବର ସଂଗ୍ରହ କରିବାକୁ କେନ୍ଦ୍ରାପଡା […]

Samaya Live Picture
Published On

କେନ୍ଦ୍ରାପଡ଼ା: ଜୁଲାଇ ୩୧: ଭାରତୀୟ ମାନବଧିକାର ପରିଷଦ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକଙ୍କୁ ମାଡ ଘଟଣାକୁ କେନ୍ଦ୍ରକରି ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି ।

ପରିଷଦର ଜିଲ୍ଲା ସଭାପତି ନିରଞ୍ଜନ ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଜାତୀୟ ପରିଷଦର ସମ୍ପାଦକ ଚିତ୍ତରଞ୍ଜନ ତରାଇ ଓ ଜିଲ୍ଲା ସମ୍ପାଦକ ଧନେଶ୍ୱର ପଟ୍ଟନାୟକ, ପ୍ରଦୀପ ବରାଳ, ସୈାମ୍ୟରଞ୍ଜନ ଧଳ ପ୍ରମୁଖ ଯୋଗଦେଇ ଖବର ସଂଗ୍ରହ କରିବାକୁ କେନ୍ଦ୍ରାପଡା ଏସପିଙ୍କ କାର୍ଯ୍ୟାଳୟ ପରିସରକୁ ଯାଇଥିବା ୱେବ ମିଡିଆର ସାମ୍ବାଦିକ ଭୀମସେନ ସେଠୀଙ୍କୁ ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା କନେଷ୍ଟବଳ ଯେଉଁଭଳି ଭାବରେ ସର୍ବସମ୍ମୁଖରେ ମାଡ ମାରିଲେ ତାହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକରି ବିଭିନ୍ନ ସ୍ଳୋଗାନମାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମି ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ପ୍ରଶାସନକୁ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଥିଲା ।