ସଟ୍ଡାଉନ;ସର୍ବସାଧାଣଙ୍କ ପାଇଁ ଗଡ଼ିବନି ମୋ ବସ୍
ଭୁବନେଶ୍ୱର: ଜୁନ ୫ :ସଟ୍ଡାଉନରେ ସାଧାରଣ ନାଗରିକଙ୍କ ପାଇଁ ଗଡ଼ିବନି ମୋ ବସ । ପ୍ରତି ଶନିବାର ଓ ରବିବାରକୁ ରାଜ୍ୟ ସରକାର ସଟ୍ଡାଉନ ଘୋଷଣା କରିଛନ୍ତି । ତେବେ ବିମାନ ଏବଂ ଟ୍ରେନ୍ ଯାତ୍ରୀଙ୍କ ନିମନ୍ତେ ମୋ ବସ୍ ଚାଲିବ । ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ ମୋ ବସ୍ । ସେହିପରି ରାଜ୍ୟର ଅନ୍ୟ ଅଞ୍ଚଳ ଭଳି ୧୧ ଜିଲ୍ଲାରେ ମଧ୍ୟ ପେଟ୍ରୋଲ ପମ୍ପ ଖୋଲାଯିବ ବୋଲି ସଂଘ କହିଛି । ଆସନ୍ତାକାଲି(ଶନିବାର) ଓ […]
ଭୁବନେଶ୍ୱର: ଜୁନ ୫ :ସଟ୍ଡାଉନରେ ସାଧାରଣ ନାଗରିକଙ୍କ ପାଇଁ ଗଡ଼ିବନି ମୋ ବସ । ପ୍ରତି ଶନିବାର ଓ ରବିବାରକୁ ରାଜ୍ୟ ସରକାର ସଟ୍ଡାଉନ ଘୋଷଣା କରିଛନ୍ତି । ତେବେ ବିମାନ ଏବଂ ଟ୍ରେନ୍ ଯାତ୍ରୀଙ୍କ ନିମନ୍ତେ ମୋ ବସ୍ ଚାଲିବ । ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ ମୋ ବସ୍ । ସେହିପରି ରାଜ୍ୟର ଅନ୍ୟ ଅଞ୍ଚଳ ଭଳି ୧୧ ଜିଲ୍ଲାରେ ମଧ୍ୟ ପେଟ୍ରୋଲ ପମ୍ପ ଖୋଲାଯିବ ବୋଲି ସଂଘ କହିଛି ।
ଆସନ୍ତାକାଲି(ଶନିବାର) ଓ ରବିବାର ବନ୍ଦ ରହିବ ମୋ ବସ୍ ସେବା। ଜୁନ୍ ମାସ ସାରା ପ୍ରତି ଶନି ଓ ରବିବାର ଏହା ସେବା ବନ୍ଦ ରହିବ । ମୋ ବସ୍ ଚଳାଚଳ ଦାୟିତ୍ୱ ନେଇଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍) ଏହି ନିଷ୍ପତ୍ତି ନେଇଛି । ବିଜୁ ପଟ୍ଟନାୟକ ବିମାନବନ୍ଦର ଏବଂ ଭୁବନେଶ୍ୱର ରେଳ ଷ୍ଟେସନରୁ ମୋ ବସ୍ ସେବା ଉପଲବ୍ଧ ହେବ । ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀ ମୋ ବସ୍ରେ ଭୁବନେଶ୍ୱରରୁ ଖୋର୍ଦ୍ଧା ଏବଂ ଭୁବନେଶ୍ୱରରୁ କଟକ ଯାତ୍ରା କରିପାରବେ । ହେଲେ ସର୍ବସାଧାରଣଙ୍କୁ ଏହି ଯାତ୍ରା ଉପରେ ରୋକ ଲଗାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୧ଟି ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ଓ କଟକରେ ୭ଟି ରୁଟ୍ରେ ମୋ ବସ୍ ଚଳାଚଳ କରୁଛି ।




