ଲଗାଣ ବର୍ଷାରେ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚର ପାଣି

ରିପୋର୍ଟ: ଉମାକଲ୍ୟାଣ ମହାପାତ୍ର ଭଦ୍ରକ/ଆରଡି: ଅଗଷ୍ଟ ୨୭:(ଜିପ୍ର/ସବୁ୍ୟ):ଗତ ୩ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ପଶ୍ଚିମଦ୍ୱାରା ଓ ପାଦୁକ କୁଣ୍ଡ ଦେଇ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚର ପାଣି ପସିଯିବା ଫଳରେ ମଣିବାବାଙ୍କ ବିଗ୍ରହ ଅଧିକାଂଶ ଭାଗ ବୁଡିଯାଇଥିଲା । ଫଳରେ ବୁଧବାର ଭୋର ମଙ୍ଗଳ ଆଲତୀ ସମେତ ସକାଳ ନୀତିକାନ୍ତିରେ ସାମନ୍ୟ ବିଳମ୍ବ ଦେଖା ଦେଇଥିଲା । ପରେ ମନ୍ଦିର ପ୍ରଶାସନ ପକ୍ଷରୁ ମଟର ଚାଳିତ ପମ୍ପ ଲଗାଯିବା ପରେ ପାଣି […]

Samaya Live Picture
Published On

ରିପୋର୍ଟ: ଉମାକଲ୍ୟାଣ ମହାପାତ୍ର

ଭଦ୍ରକ/ଆରଡି: ଅଗଷ୍ଟ ୨୭:(ଜିପ୍ର/ସବୁ୍ୟ):ଗତ ୩ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ପଶ୍ଚିମଦ୍ୱାରା ଓ ପାଦୁକ କୁଣ୍ଡ ଦେଇ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚର ପାଣି ପସିଯିବା ଫଳରେ ମଣିବାବାଙ୍କ ବିଗ୍ରହ ଅଧିକାଂଶ ଭାଗ ବୁଡିଯାଇଥିଲା । ଫଳରେ ବୁଧବାର ଭୋର ମଙ୍ଗଳ ଆଲତୀ ସମେତ ସକାଳ ନୀତିକାନ୍ତିରେ ସାମନ୍ୟ ବିଳମ୍ବ ଦେଖା ଦେଇଥିଲା । ପରେ ମନ୍ଦିର ପ୍ରଶାସନ ପକ୍ଷରୁ ମଟର ଚାଳିତ ପମ୍ପ ଲଗାଯିବା ପରେ ପାଣି ଶୁଖା ଯାଇ ଅନ୍ୟାନ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା। ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ସମଗ୍ର ପୀଠ ଚତୁର୍ପାଶ୍ୱ ରେ ବନ୍ୟାପାଣି ଜମି ରହିବା ଓ ଶିବଗଙ୍ଗା ପୁଷ୍କରିଣୀ ପୂର୍ଣ୍ଣ ଥିବାରୁ ଏପରି ସମସ୍ୟା ଉପୁଜିଥିବା କେତେକ ସେବାୟତ ମତ ଦେଇଥିବା ବେଳେ ମଣିବାବାଙ୍କ ଗର୍ଭଗୃହ ପୀଠ ଚତୁର୍ପାଶ୍ୱ ଠାରୁ ୨୦ଫୁଟ ତଳେ ରହିଥିବାରୁ ବର୍ଷାଋତୁରେ ପାଣିଝର ପଡିବା ଦ୍ୱାରା ଏପରି ସମସ୍ୟା ଦେଖା ଦେଉଥିବା କିଛି ସେବାୟତ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ଦୀର୍ଘ ୩ବର୍ଷ ତଳେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ମନ୍ଦିର ଗର୍ଭଗହର ମରାମତି କରାଯାଇଥିଲେ ମଧ୍ୟ ଏବେ ପୁର୍ନବାର ପୂର୍ବ ପରି ସମସ୍ୟା ଦେଖାଦେଇଥିବା ବରିଷ୍ଠ ସେବାୟତମାନେ ପ୍ରକାଶ କରିଛନ୍ତି। ଏପରି ସମସ୍ୟା ବାବାଦରେ ମନ୍ଦିର ପରିଚାଳକଙ୍କୁ ପଚାରିବାରୁ ବର୍ଷାଋତୁରେ ଏପରି ମଣିବାବାଙ୍କ ଗର୍ଭଗୃହରେ ପାଣି ଜମେ ମଟର ଦ୍ୱାରା ନିଷ୍କାସନ କରାଯାଇ ସମସ୍ତ ନୀତିକାନ୍ତି କରାଯାଏ।