ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ
ଭୁବନେଶ୍ୱର: ଜୁଲାଇ ୩୧: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିଲାଣି । କ୍ରମାଗତ ଭାବେ କିଛି ଦିନ ହେବ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲାବେଳେ ସୁସ୍ଥତା ହାର ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨ ହଜାର ୨୩୩ଟି ସ୍ୱାବ୍ ଟେଷ୍ଟ ହୋଇଥିଲା । ଏମାନଙ୍କ ମଧ୍ୟରୁ ୧ ହଜାର ୫୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ସେହିପରି ୨୪ ଘଣ୍ଟାରେ ୧ ହଜାର ୮୪୧ ଜଣ ରୋଗୀ […]
ଭୁବନେଶ୍ୱର: ଜୁଲାଇ ୩୧: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିଲାଣି । କ୍ରମାଗତ ଭାବେ କିଛି ଦିନ ହେବ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲାବେଳେ ସୁସ୍ଥତା ହାର ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨ ହଜାର ୨୩୩ଟି ସ୍ୱାବ୍ ଟେଷ୍ଟ ହୋଇଥିଲା । ଏମାନଙ୍କ ମଧ୍ୟରୁ ୧ ହଜାର ୫୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ସେହିପରି ୨୪ ଘଣ୍ଟାରେ ୧ ହଜାର ୮୪୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ୯ ଲକ୍ଷ ୫୪ ହଜାର ୯୨୯ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୯୧୫ ଜଣ ଚିହ୍ନଟ ହୋଇଥିଲାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୬୬୩ । ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୮ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୫ ହଜାର ୯୦୨ ଜଣଙ୍କ କରୋନାଜନିତ ମୃତୁ୍ୟ ହୋଇଛି । ରାଜ୍ୟରେ ସକ୍ରିୟ କେସ୍ ୧୬ ହଜାର ୩୮୪ ରହିଛି ।
ଖୋର୍ଦ୍ଧାରେ ସର୍ବାଧିକ ୪୩୬ ରୋଗୀ ଚିହ୍ନଟ ହୋଇଥିଲାବେଳେ ଦ୍ୱିତୀୟ ସ୍ଥାନରେ କଟକରୁ ୨୧୨ ଜଣ ରୋଗୀ ରହିଛିନ୍ତି ।
ରାଜ୍ୟରେ ୨୪ ଘଣ୍ଟାରେ ଅନୁଗୁଳରୁ ୪୭, ବାଲେଶ୍ୱରରୁ ୭୮, ବରଗଡ଼ରୁ ୯, ଭଦ୍ରକରୁ ୫୨, ବଲାଙ୍ଗିରରୁ ୮, ବୌଦ୍ଧରୁ ୪, ଦେଓଗଡ଼ରୁ ୮, ଢ଼େଙ୍କାନାଳରୁ ୧୯, ଗଜପତିରୁ ୧୪, ଗଞ୍ଜାମରୁ ୨, ଜଗତସିଂହପୁରୁ ୧୧୩, ଯାଜପୁରରୁ ୭୭, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୧, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୫୧, କେନ୍ଦୁଝରରୁ ୧୭, କୋରାପୁଟରୁ ୧୪, ମାଲକାନଗିରିରୁ ୧୧ , ମୟୁରଭଞ୍ଜରୁ ୪୧, ନବରଙ୍ଗପୁରରୁ ୧୬, ନୟାଗଡ଼ରୁ ୫୩, ନୂଆପଡ଼ାରୁ ୨, ପୁରୀରୁ ୧୦୯, ରାୟଗଡ଼ାରୁ ୧୪, ସମ୍ବଲପୁରରୁ ୧୮, ସୋନପୁରରୁ ୧୨ ଓ ସୁନ୍ଦରଗଡ଼ରୁ ୨୯ ଏବଂ ଷ୍ଟେଟ ପୁଲରୁ ୯୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।




