ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୨୧୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ
ଭୁବନେଶ୍ୱର: ଅଗଷ୍ଟ ୨୩: ଓଡ଼ିଶାରେ ଆଜି ରେକର୍ଡ ସଂଖ୍ୟକ ୨୧୨୯ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁଯାଇ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୬ ଜଣ ସୁସ୍ଥ ହେଇଥିବା ବେଳେ, ଗଂଜାମ ରୁ ୨୬୫ ଜଣ, ସୁନ୍ଦରଗଡ ରୁ ୧୭୮ ଜଣ, କଟକ ରୁ ୧୭୨ ଜଣ, କୋରାପୁଟ ରୁ ୧୫୩ ଜଣ, ଭଦ୍ରକ ରୁ ୧୪୪ ଜଣ, ନୟାଗଡ ରୁ ୧୩୦ ଜଣ, କନ୍ଧମାଳ […]
ଭୁବନେଶ୍ୱର: ଅଗଷ୍ଟ ୨୩: ଓଡ଼ିଶାରେ ଆଜି ରେକର୍ଡ ସଂଖ୍ୟକ ୨୧୨୯ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁଯାଇ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୬ ଜଣ ସୁସ୍ଥ ହେଇଥିବା ବେଳେ, ଗଂଜାମ ରୁ ୨୬୫ ଜଣ, ସୁନ୍ଦରଗଡ ରୁ ୧୭୮ ଜଣ, କଟକ ରୁ ୧୭୨ ଜଣ, କୋରାପୁଟ ରୁ ୧୫୩ ଜଣ, ଭଦ୍ରକ ରୁ ୧୪୪ ଜଣ, ନୟାଗଡ ରୁ ୧୩୦ ଜଣ, କନ୍ଧମାଳ ରୁ ୧୨୨ ଜଣ, ବାଲେଶ୍ୱର ରୁ ୯୦ ଜଣ, ପୁରୀ ରୁ ୮୪ ଜଣ, ମାଲକାନଗିରି ରୁ ୮୦ ଜଣ, ସମ୍ବଲପୁର ଓ ରାୟଗଡା ରୁ ୬୮ ଜଣ ଲେଖାଏଁ , ମୟୁରଭଞ୍ଜ ରୁ ୫୬ ଜଣ, ଗଜପତି ରୁ ୫୦ ଜଣ, ଜଗତସିଂହପୁର ରୁ ୨୭ ଜଣ, ଯାଜପୁର ରୁ ୨୪ ଜଣ, ଢେଙ୍କାନାଳ ଓ କେନ୍ଦୁଝର ରୁ ୨୩ ଜଣ ଲେଖାଏଁ , କଳାହାଣ୍ଡି ରୁ ୧୯ ଜଣ, ଅନୁଗୁଳ ରୁ ୧୮ ଜଣ, କେନ୍ଦ୍ରାପଡ଼ା ରୁ ୧୬ ଜଣ, ବଲାଙ୍ଗୀର ରୁ ୧୪ ଜଣ, ଝାରସୁଗୁଡା ରୁ ୧୩ ଜଣ, ନବରଙ୍ଗପୁର ରୁ ୯ ଜଣ, ବୌଦ ରୁ ୬ ଜଣ ଏବଂ ସୋନପୁର ରୁ ଜଣେ କରୋନା ରୋଗୀ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୫୪ ହଜାର ୪୦୬ ଜଣ ସୁସ୍ଥ ହେଇଛନ୍ତି I
ଏବେ ୨୩ ହଜାର ୬୬୨ ଜଣ ଚିକିତ୍ସାଧୀନ ଅଛନ୍ତି I




