ରାଜ୍ୟରେ କରୋନା ସ୍ଥିର ରହିଛି, ଗତ କିଛି ଦିନ ହେବ ଆକ୍ରାନ୍ତ ସଂଖ୍ୟା ଏକହଜାରୁ ୧୫ଶହ ମଧ୍ୟରେ ରହୁଛି

ଭୁବନେଶ୍ୱର: ଅଗଷ୍ଟ ୬: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥମାନଙ୍କ ସଂଖ୍ୟା ଅଧିକ ରହୁଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯,୩୬୯ ସ୍ୱାବ୍‌ ଟେଷ୍ଟ ହୋଇଥିଲାବେଳେ ସେଥିମଧ୍ୟରୁ ୧,୨୦୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧,୬୫୨ ଜଣ ସୁସ୍ଥ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୭୦୨ ଜଣ ଚିହ୍ନଟ ହୋଇଥିଲାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୫୦୬ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ […]

Samaya Live Picture
Published On

ଭୁବନେଶ୍ୱର: ଅଗଷ୍ଟ ୬: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥମାନଙ୍କ ସଂଖ୍ୟା ଅଧିକ ରହୁଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯,୩୬୯ ସ୍ୱାବ୍‌ ଟେଷ୍ଟ ହୋଇଥିଲାବେଳେ ସେଥିମଧ୍ୟରୁ ୧,୨୦୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧,୬୫୨ ଜଣ ସୁସ୍ଥ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୭୦୨ ଜଣ ଚିହ୍ନଟ ହୋଇଥିଲାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୫୦୬ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୯ଲକ୍ଷ ୮୪ ହଜାର ୭୩୧ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ସେହିପରି ରାଜ୍ୟରେ ମୋଟ ୯ ଲକ୍ଷ ୬୫ ହଜାର ୩୭୦ ଜଣ ସୁସ୍ଥ ହୋଇସାରିଲେଣି ।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୬ ଜଣ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬ ହଜାର ୩୦୨ ଜଣ କରୋନା ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଛି । ରାଜ୍ୟରେ ବର୍ତ୍ତମାନ ସକ୍ରିୟ କେସ୍‌ ୧୩ ହଜାର ୬ ରହିଛି ।
ଆଜି ଖୋର୍ଦ୍ଧାରେ ସର୍ବାଧିକ ୩୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ଦ୍ୱିତୀୟ ସ୍ଥାନରେ ରହିଛି କଟକ । କଟକରୁ ଆଜି ୧୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୫୫, ବାଲେଶ୍ୱରରୁ ୬୩, ବରଗଡ଼ରୁ ୫, ଭଦ୍ରକରୁ ୨୨, ବଲାଙ୍ଗିରରୁ ୫ , ଦେଓଗଡ଼ରୁ ୫, ଢ଼େଙ୍କାନାଳରୁ ୧୫, ଗଜପତିରୁ ୧, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୬୦, ଯାଜପୁରରୁ ୫୭, ଝାରସୁଗୁଡ଼ାରୁ ୩, କଳାହାଣ୍ଡିର ୨, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୩୨, କେନ୍ଦୁଝରରୁ ୧୬, କୋରାପୁଟରୁ ୨, ମାଲକାନଗିରିରୁ ୪, ମୟୁରଭଞ୍ଜରୁ ୩୩, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨୫, ନୂଆପଡ଼ାରୁ ୨, ପୁରୀରୁ ୫୮, ରାୟଗଡ଼ାରୁ ୮, ସମ୍ବଲପୁରରୁ ୨୪, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୨୦ ଏବଂ ଷ୍ଟେଟ ପୁଲରୁ ୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।