ରାଜ୍ୟରେ କମୁଛି କରୋନା ସଂକ୍ରମଣ,୨୪ ଘଣ୍ଟାରେ ୧,୬୩୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୨୬: ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୬୩୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୪୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ରୋଗୀଙ୍କ ସଂଖ୍ୟା ୬୮୮ । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ମୋଟ୍‌ ୯ ଲକ୍ଷ ୬୯ ହଜାର ୧୮୫ ଜଣ ଆକ୍ରାନ୍ତ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୧୦୮ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୯ଲକ୍ଷ ୪୫ […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୨୬: ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୬୩୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୪୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ରୋଗୀଙ୍କ ସଂଖ୍ୟା ୬୮୮ । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ମୋଟ୍‌ ୯ ଲକ୍ଷ ୬୯ ହଜାର ୧୮୫ ଜଣ ଆକ୍ରାନ୍ତ ହୋଇସାରିଲେଣି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୧୦୮ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୯ଲକ୍ଷ ୪୫ ହଜାର ୧୭୭ ଜଣ ସୁସ୍ଥ ହୋଇସାରିଲେଣି । ସକ୍ରିୟ ରୋଗୀ ସଂଖ୍ୟା ବର୍ତ୍ତମାନ ୧୮ ହଜାର ୩୮୧ ରହିଛି ।
ସେହିପରି ରାଜ୍ୟରେ ନୂଆ ୬୨ ଜଣ ରୋଗୀଙ୍କ ମୃତୁ୍ୟ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ କରୋନାଜନିତ ମୋଟ ମୃତୁ୍ୟ ସଂଖ୍ୟା ୫ ହଜାର ୫୭୪ ଜଣକୁ ବୃଦ୍ଧି ପାଇଛି ।
ତେବେ ୨୪ ଘଣ୍ଟାରେ ଅନୁଗୁଳରୁ ୧୦୦, ବାଲେଶ୍ୱରରୁ ୫୭, ବରଗଡ଼ରୁ ୧୧, ଭଦ୍ରକରୁ ୭୧, ବଲାଙ୍ଗିରରୁ ୮, ବୌଦ୍ଧରେ ୯, କଟକରୁ ୨୫୦, ଦେଓଗଡ଼ରୁ ୪, ଢ଼େଙ୍କାନାଳରୁ ୫୦, ଗଞ୍ଜାମରୁ ୧୬, ଜଗତସିଂହପୁରୁ ୮୫, ଯାଜପୁରରୁ ୮୦, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୭, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୭୬, କେନ୍ଦୁଝରରୁ ୧୮,ଖୋର୍ଦ୍ଧାରୁ ୩୫୦, କୋରାପୁଟରୁ ୯, ମାଲକାନଗିରିରୁ ୯, ମୟୁରଭଞ୍ଜରୁ ୭୫, ନବରଙ୍ଗପୁରରୁ ୯, ନୟାଗଡ଼ରୁ ୩୯, ନୂଆପଡ଼ାରୁ ୧୪, ପୁରୀରୁ ୭୮, ରାୟଗଡ଼ାରୁ ୧୪, ସମ୍ବଲପୁରରୁ ୧୩, ସୋନପୁରରୁ ୧୧, ସୁନ୍ଦରଗଡ଼ରୁ ୬୧ ଏବଂ ଷ୍ଟେଟ୍‌ ପୁଲରୁ ୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟର ଗଜପତି ଜିଲ୍ଲାରେ ଗତ ୨୪ ଘଣ୍ଟାରେ ଗୋଟିଏ ବି କରୋନା ପଜିଟିଭ କେସ୍‌ ବାହାରି ନାହିଁ ।