ରାଜ୍ୟରେ କମୁଛି କରୋନା ସଂକ୍ରମଣ

ଭୁବନେଶ୍ୱର: ଜୁଲାଇ ୨୯: ଓଡ଼ିଶାରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୬ ହଜାର ୯୪୬ ଜଣ ସ୍ୱାବ୍‌ ପରୀକ୍ଷା ହୋଇଥିଲା । ସେମାନଙ୍କ ମଧ୍ୟରୁ ୧ ହଜାର ୬୧୫ ଜଣ ନୂଆ କରୋନ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି । ନୂଆ ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିଇନ୍‌ରୁ ୯୩୭ ଜଣ ରୋଗୀ ଥିବା ବେଳେ ସ୍ଥାନୀୟ ରୋଗୀଙ୍କ ସଂଖ୍ୟା ୬୭୮ ରହିଛି । […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୨୯: ଓଡ଼ିଶାରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୬ ହଜାର ୯୪୬ ଜଣ ସ୍ୱାବ୍‌ ପରୀକ୍ଷା ହୋଇଥିଲା । ସେମାନଙ୍କ ମଧ୍ୟରୁ ୧ ହଜାର ୬୧୫ ଜଣ ନୂଆ କରୋନ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି ।
ନୂଆ ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିଇନ୍‌ରୁ ୯୩୭ ଜଣ ରୋଗୀ ଥିବା ବେଳେ ସ୍ଥାନୀୟ ରୋଗୀଙ୍କ ସଂଖ୍ୟା ୬୭୮ ରହିଛି ।
୨୪ ଘଣ୍ଟାରେ ୧ ହଜାର ୬୯୯ ଜଣ କରୋନ ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୯ ଲକ୍ଷ ୫୧ ହଜାର ୪୯ ଜଣ ସୁସ୍ଥ ହୋଇ ସାରିଲେଣି । ଏବେ ସକ୍ରିୟ ରୋଗୀ ରାଜ୍ୟରେ ୧୭ ହଜାର ୨୬୨ ଜଣ ରହିଛନ୍ତି ।
ସେହିପରି ରାଜ୍ୟରେ ୨୪ ଘଣ୍ଟାରେ ୬୫ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ୍‌ ୫ ହଜାର ୭୬୮ ଜଣ ରୋଗୀ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇସାରିଲାଣି ।
ରାଜ୍ୟରେ ୨୪ ଘଣ୍ଟାରେ ଅନୁଗୁଳରୁ ୭୨, ବାଲେଶ୍ୱରରୁ ୯୮, ବରଗଡ଼ରୁ ୫, ଭଦ୍ରକରୁ ୬୦, ବଲାଙ୍ଗିରରୁ ୭, ବୌଦ୍ଧରେ ୧୧, କଟକରୁ ୨୨୯, ଦେଓଗଡ଼ରୁ ୯, ଢ଼େଙ୍କାନାଳରୁ ୩୦, ଗଞ୍ଜାମରୁ ୭, ଜଗତସିଂହପୁରରୁ ୯୬, ଯାଜପୁରରୁ ୭୦, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୨, କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୪୦, କେନ୍ଦୁଝରରୁ ୧୫,ଖୋର୍ଦ୍ଧାରୁ ୪୪୨, କୋରାପୁଟରୁ ୪, ମାଲକାନଗିରିରୁ ୪, ମୟୁରଭଞ୍ଜରୁ ୪୮, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୪୨, ନୂଆପଡ଼ାରୁ ୫, ପୁରୀରୁ ୧୨୩, ରାୟଗଡ଼ାରୁ ୯, ସମ୍ବଲପୁରରୁ ୧୬, ସୋନପୁରରୁ ୯ ଓ ସୁନ୍ଦରଗଡ଼ରୁ ୩୦ ଏବଂ ଷ୍ଟେଟ୍‌ପୁଲ୍‌ରୁ ୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲାରୁ ଜଣେ ବି କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।