ମୁଖ୍ୟମନ୍ତ୍ରୀଙ୍କ ବାହୁଡା ଯାତ୍ରା ସମୀକ୍ଷା;ମହାପ୍ରଭୁଙ୍କ ନୀତିର ଶୃଙ୍ଖଳିତ ପରିଚାଳନା ଉପରେ ଗୁରୁତ୍ୱ
ଭୁବନେଶ୍ୱର : ମହାପ୍ରଭୂଙ୍କ ବାହୁଡା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ଆଦି ଯାତ୍ରା କାର୍ଯ୍ୟକ୍ରମର ସୁପରିଚାଳନା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମୀକ୍ଷା କରି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରି ଯେପରି ଶୃଙ୍ଖଳିତ ଭାବରେ ମହାପ୍ରଭୂଙ୍କ ଶ୍ରୀ ଗୁଣ୍ଡିଚାଯାତ୍ରା ସୂଚାରୁରୂପେ ସଂପାଦିତ ହେଲା, ସେଥିପାଇଁ ସେବାୟତ, ଜିଲ୍ଲାପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟବିଭାଗ, ବିଶେଷ କରି ପୁରୀର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ […]
ଭୁବନେଶ୍ୱର : ମହାପ୍ରଭୂଙ୍କ ବାହୁଡା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ଆଦି ଯାତ୍ରା କାର୍ଯ୍ୟକ୍ରମର ସୁପରିଚାଳନା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମୀକ୍ଷା କରି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରି ଯେପରି ଶୃଙ୍ଖଳିତ ଭାବରେ ମହାପ୍ରଭୂଙ୍କ ଶ୍ରୀ ଗୁଣ୍ଡିଚାଯାତ୍ରା ସୂଚାରୁରୂପେ ସଂପାଦିତ ହେଲା, ସେଥିପାଇଁ ସେବାୟତ, ଜିଲ୍ଲାପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟବିଭାଗ, ବିଶେଷ କରି ପୁରୀର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ବାହୁଡା, ସୂନାବେଶ ନୀତି ସମୟରେ ମହାପ୍ରଭୂଙ୍କ ନୀତିକାନ୍ତିକୁ ଠିକ୍ ସମୟରେ ପରିଚାଳନା କରିବା ସହ କେବଳ କୋଭିଡ ନେଗେଟିଭ୍ ଥିବା ସେବାୟତମାନଙ୍କୁ ନେଇ ନୀତି ସଂପାଦନ କରିବାକୁ ପରାମର୍ଶ ଦିଆଯାଇଛି । ପୁରୀ ସହରରେ କୋଭିଡ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ସର୍ଭେ କାର୍ଯ୍ୟକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଆଗାମୀ ଦିନରେ କୋଭିଡ ପରୀକ୍ଷା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହୁଡା, ସୂନାବେଶ, ଅଧରପଣା, ନିଳାଦ୍ରୀ ବିଜେ କାର୍ଯ୍ୟକ୍ରମକୁ ଜନସାଧାରଣ ଯେପରି ଘରେ ବସି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ତତ୍ତ୍ୱାବଧାନରେ ବିଭିନ୍ନ ଚ୍ୟାନେଲ୍ରେ ସିଧାପ୍ରସାରଣ ପାଇଁ ପରମାର୍ଶ ଦେଇଛନ୍ତି । ମହାପ୍ରଭୂଙ୍କ ରଥଯାତ୍ରାକୁ ନେଇ ସାରା ବିଶ୍ୱ ଆମ ଉପରେ ନଜର ରଖିଛି । ତେଣୁ କୋଭିଡ-୧୯ର ମାର୍ଗଦର୍ଶିକା ଓ ଲକ୍ଡାଉନ୍ ନିୟମ ବଳୀକୁ ଠିକ୍ ଭାବେ ପାଳନ କରିବା ପାଇଁ ଆମେ ସର୍ବୋତ୍ତମ ଉଦ୍ୟମ ଜାରୀ ରଖିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ଆଲୋଚନାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ପୋଲିିସ ମହାନିର୍ଦ୍ଦେଶକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।




