Ratha Yatra
ଓଡ଼ିଶା 

ରଥଯାତ୍ରା ପାଇଁ ଆସିଲା ନୀତି ନିର୍ଘଣ୍ଟ

ରଥଯାତ୍ରା ପାଇଁ ଆସିଲା ନୀତି ନିର୍ଘଣ୍ଟ ପୁରୀ:ଜୁନ ୩୦: ରାତି ପାହିଲେ ଶ୍ରୀଗୁଣ୍ଡିଚା ଯାତ୍ରା । ଏହି ଦିନ ୩ ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ଶ୍ରୀଜିଉ । ଦୀର୍ଘ ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ହେବ ମହାମିଳନ । କରୋନା କଟକଣା ପାଇଁ ଦୁଇ ବର୍ଷ ଧରି ଭକ୍ତମାନଙ୍କୁ ରଥଯାତ୍ରାରେ ସାମିଲ ହେବା ପାଇଁ ବାରଣ କରାଯାଇଥିଲା । କି;ୁ ଚଳିତ ବର୍ଷ ଭକ୍ତଙ୍କୁ ରଥଯାତ୍ରାରେ ସାମିଲ ହେବାର ଅନୁମତି ମିଳିଛି । […]
Read More...
ଓଡ଼ିଶା 

ରଥ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ରଥ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ପୁରୀ: ମଇ ୧୨: କିଛି ଦିନ ପରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା । ଏଥିଲାଗି ହେଉଛି ଜୋରଦାର ପ୍ରସ୍ତୁତି । ଠାକୁରଙ୍କ ରଥ ର୍ନିମାଣରେ ଲାଗିଛନ୍ତି ବିଶ୍ୱକର୍ମା, କରତୀ, ଓଝା ଓ ଭୋଇ ସେବକ । ରଥ ଖଳାରେ ବିଶ୍ୱକର୍ମାମାନେ ତୁମ୍ବ ତିଆରିରେ ଲାଗିଛନ୍ତି । ତୁମ୍ବରେ ବିନ୍ଧ ଖୋଦେଇ ଚାଲିଛି । ତାଳଧ୍ୱଜର ୩ଟି ତୁମ୍ବରେ ବିନ୍ଧ ସରି ବାକି ୧୧ଟିରେ ବିନ୍ଧ […]
Read More...
ଓଡ଼ିଶା 

ତିନିରଥ ଭଙ୍ଗାଯିବା କାର୍ଯ୍ୟ ଆରମ୍ଭ

ତିନିରଥ ଭଙ୍ଗାଯିବା କାର୍ଯ୍ୟ ଆରମ୍ଭ ପୁରୀ(ସବ୍ୟୁ): ଜୁଲାଇ ୨୫: ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନରେ ବିଜେ କରିବା ପରେ ମହାପ୍ରଭୁଙ୍କୁ ନବଦିନ ଯାତ୍ରାରେ ନେବା ଆଣିବା କରିଥିବା ସୁସଜ୍ଜିତ ୩ଟି ରଥକୁ ଭଙ୍ଗାଯିବା କାର୍ଯ୍ୟ ଜୁଲାଇ ୨୪ ତାରିଖରୁ ଆରମ୍ଭ ହୋଇଛି । ଗତ କାଲି ତିନିରଥର ସାରଥୀ, ହଂସପଟା, ଠେକେରାବାଡ଼,ଘୋଡା,ପାଶ୍ୱର୍ ଦେବାଦେବୀ ଓ ଆସ୍ଥାନ ଗୁଡିକୁ ରଥରୁ କାଢି ଦିଆଯାଇଛି । ହଂସପଟା, ଠେକେରାବାଡ଼ ଓ ଘୋଡା ରଥରୁ କଢାଯାଇ ଗୁଣ୍ଡିଚା ମନ୍ଦିର ପରିସରରେ ରଖାଯାଇଛି । ପାଶ୍ୱର୍ଦେବାଦେବୀ ଓ ଆସ୍ଥାନ ଗୁଡ଼ିକୁ […]
Read More...
ଓଡ଼ିଶା 

ଭଲରେ ଭଲରେ ସରିଲା ମହାପ୍ରଭୁଙ୍କ ନବଦିନ ଯାତ୍ରା; ସମସ୍ତଙ୍କୁ ଧନ୍ୟବାଦ-ମୁଖ୍ୟମନ୍ତ୍ରୀ

ଭଲରେ  ଭଲରେ ସରିଲା ମହାପ୍ରଭୁଙ୍କ ନବଦିନ ଯାତ୍ରା; ସମସ୍ତଙ୍କୁ ଧନ୍ୟବାଦ-ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଜୁଲାଇ ୨୦: କୋ‍ଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି। ଏହି କଠିନ ପରିସ୍ଥିତିରେ ମହାପ୍ରଭୂଙ୍କ କରୁଣା ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି ବର୍ଣ୍ଣନାକରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାପ୍ରଭୁଙ୍କ ନିକଟରେ ତାଙ୍କର ଭକ୍ତି ନିବେଦନ କରିଛନ୍ତି । ସେବାୟତମାନେ ଯେଭଳି ଭକ୍ତି ଓ ସମର୍ପଣର ଭାବ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍ ସମୟରେ ସମ୍ପନ୍ନ କଲେ […]
Read More...
ଓଡ଼ିଶା 

ଭଙ୍ଗା ହେବନି ତିନି ରଥ; ନଭାଙ୍ଗି ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ରଖିବାକୁ ନିଷ୍ପତ୍ତି

ଭଙ୍ଗା ହେବନି ତିନି ରଥ; ନଭାଙ୍ଗି ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ରଖିବାକୁ ନିଷ୍ପତ୍ତି ଭୁବନେଶ୍ୱର : ଜୁଲାଇ ୨୨:ଚଳିତବର୍ଷ ଭଙ୍ଗା ହେବନି ତିନି ରଥ । କାଳିଆଙ୍କ ନନ୍ଦିଘୋଷ ରଥ ସହ ଅନ୍ୟ ଦୁଇ ରଥ ଭଙ୍ଗାଯିବନି । ଶ୍ରୀଜିଉଙ୍କ ରଥ ନଭାଙ୍ଗି ସେସବୁକୁ ମ୍ୟୁଜିୟମରେ ରଖିବାକୁ ସ୍ଥିର ହୋଇଛି । ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ତିନି ରଥ ରଖିବା ପାଇଁ ବ୍ୟବସ୍ଥା କରାଯିବ । ତେବେ ରଥକୁ ନଭାଙ୍ଗି ତାହାକୁ କିଭଳି ଢଙ୍ଗରେ କାଢି ପୁଣି ଯୋଡାଯିବ ସେନେଇ ବିଶ୍ୱକର୍ମା ମହାରଣା ଓ ଭୋଇ ସର୍ଦ୍ଦାରଙ୍କ ସହ […]
Read More...
ଓଡ଼ିଶା 

ସୁନାବେଶରେ ଦର୍ଶନ ଦେଲେ ତିନି ଠାକୁର

ସୁନାବେଶରେ ଦର୍ଶନ ଦେଲେ ତିନି ଠାକୁର ଭୁବନେଶ୍ୱର : ଜୁଲାଇ ୦୨:ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ ।ଲୀଳାଖେଳା ସାରି ମାଉସୀ ମାଙ୍କ ଘରୁ ଫେରିବା ପରେ ଗୁରୁବାର ମହଣ ମହଣ ସୁନା ଅଳଙ୍କାରରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କରୋନା କଟକଣା ପାଇଁ ବିନା ଭକ୍ତରେ ସଂପାଦିତ ହୋଇଛି ରିତିନୀତି । ସିଂହଦ୍ୱାରରେ ତିନି ରଥ ଉପରେ ଅନୁଷ୍ଠିତ ହୋଇଛି ଶ୍ରୀଜୀଉଙ୍କ ସୁନାବେଶ । କରୋନା ସଂକ୍ରମଣ ବଢୁଥିବାରୁ ପୁରୀକୁ ଭକ୍ତଙ୍କୁ ଛଡାଯାଇନାହିଁ । ଟିଭି ମାଧ୍ୟମରେ ମହାବାହୁଙ୍କ ସୁନା […]
Read More...
ଓଡ଼ିଶା 

ରାତି ପାହିଲେ ସୁନାବେଶ; ସିଂହଦ୍ୱାରରେ ଲାଗିଲା ତିନି ରଥ

ରାତି ପାହିଲେ ସୁନାବେଶ; ସିଂହଦ୍ୱାରରେ ଲାଗିଲା ତିନି ରଥ ଭୁବନେଶ୍ୱର : ଜୁଲାଇ ୦୧:ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଞ୍ଚିବା ପରେ ବାହୁଡ଼ା ଯାତ୍ରା ଶେଷ ହୋଇଛ । ଶ୍ରୀଜିଉମାନେ ୯ ଦିନର ଲୀଳାଖେଳା ପରେ ଜନ୍ମବେଦୀରୁ ବାହୁଡିଛନ୍ତି । ବୁଧବାର ଅପରାହ୍ନ ୪ଟା ୩୫ ସୁଦ୍ଧା ତିନିଠାକୁରଙ୍କ ରଥ ସିଂହଦ୍ୱାର ସାମ୍ନାରେ ପହଞ୍ଚିଛି । ବାହୁଡ଼ା ଯାତ୍ରା ଅବସରରେ ପ୍ରଥମେ ପ୍ରଭୁ ବଳଦେବଙ୍କ ତାଳଧ୍ୱଜ ରଥକୁ ପୂର୍ବାହ୍ନ […]
Read More...
ଓଡ଼ିଶା 

ରାତି ପାହିଲେ ବାହୁଡା; କାର୍ଯ୍ୟକ୍ରମର ହେବ ସିଧାପ୍ରସାରଣ

ରାତି ପାହିଲେ ବାହୁଡା; କାର୍ଯ୍ୟକ୍ରମର ହେବ ସିଧାପ୍ରସାରଣ ଭୁବନେଶ୍ୱର : ଜୁନ ୩୦:ରାତି ପାହିଲେ ବାହୁଡା । ରଥଯାତ୍ରାର ବିବରଣୀ ସିଧାପ୍ରସାରଣ ପରେ ଏବେ ବାହୁଡା, ସୁନାବେଶ, ଅଧରପଣା, ନିଳାଦ୍ରୀବିଜେର ମଧ୍ୟ ସିଧାପ୍ରସାରଣ ହେବ । ସବୁ ଚ୍ୟାନେଲ କୁ ମାଗଣାରେ ଫିଡ଼ ଯୋଗାଇ ଦିଆଯିବ । ଏଥିପାଇଁ ୧୨ ଟି ଏଚ ଡି କ୍ୟାମେରା ଓ ୨ଟି ଜିମି ଲାଗିଛି । ଡ୍ରୋନ ମଧ୍ୟ ବ୍ୟବହାର ହୋଇଛି । ବାହୁଡ଼ା ଓ ସୁନାବେଶର ଲାଇଭ ଏନ ଆଇ ସି ମାଧ୍ୟମରେ ହେବ । ବହୁଡାଯାତ୍ରାଠୁ […]
Read More...
ଓଡ଼ିଶା 

ବାହୁଡା ପ୍ରସ୍ତୁତି; ଦକ୍ଷିଣ ମୋଡ଼ ନେଲେ ତିନି ରଥ

ବାହୁଡା ପ୍ରସ୍ତୁତି; ଦକ୍ଷିଣ ମୋଡ଼ ନେଲେ ତିନି ରଥ ପୁରୀ : ଜୁନ ୨୮:ବାହୁଡା ଯାତ୍ରା ପ୍ରସ୍ତୁତିର ଆଦ୍ୟ ପର୍ବ ଆରମ୍ଭ ହୋଇଛି । ବିଧିପୂର୍ବକ ୩ ରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହୋଇଛି । ୩ ପୂଜାପଣ୍ଡା ସାମନ୍ତ ୩ ବାଡ଼ରୁ ଆଜ୍ଞାମାଳ ଆଣିବା ପରେ ବିଜେ ହୋଇଥିଲା ଆଜ୍ଞାମାଳ । ଏହାପରେ ୩ ରଥର ଦକ୍ଷିଣ ମୋଡ଼ କରାଯାଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ତାପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି । […]
Read More...
ଓଡ଼ିଶା 

ମୁଖ୍ୟମନ୍ତ୍ରୀଙ୍କ ବାହୁଡା ଯାତ୍ରା ସମୀକ୍ଷା;ମହାପ୍ରଭୁଙ୍କ ନୀତିର ଶୃଙ୍ଖଳିତ ପରିଚାଳନା ଉପରେ ଗୁରୁତ୍ୱ

ମୁଖ୍ୟମନ୍ତ୍ରୀଙ୍କ ବାହୁଡା ଯାତ୍ରା ସମୀକ୍ଷା;ମହାପ୍ରଭୁଙ୍କ ନୀତିର ଶୃଙ୍ଖଳିତ ପରିଚାଳନା ଉପରେ ଗୁରୁତ୍ୱ ଭୁବନେଶ୍ୱର : ମହାପ୍ରଭୂଙ୍କ ବାହୁଡା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ଆଦି ଯାତ୍ରା କାର୍ଯ୍ୟକ୍ରମର ସୁପରିଚାଳନା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମୀକ୍ଷା କରି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରି ଯେପରି ଶୃଙ୍ଖଳିତ ଭାବରେ ମହାପ୍ରଭୂଙ୍କ ଶ୍ରୀ ଗୁଣ୍ଡିଚାଯାତ୍ରା ସୂଚାରୁରୂପେ ସଂପାଦିତ ହେଲା, ସେଥିପାଇଁ ସେବାୟତ, ଜିଲ୍ଲାପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟବିଭାଗ, ବିଶେଷ କରି ପୁରୀର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ […]
Read More...
ଓଡ଼ିଶା 

ପୁରୀରେ ରଥଯାତ୍ରା ପାଇଁ ସାରା ବିଶ୍ୱ ଆନନ୍ଦିତ : ଧର୍ମେନ୍ଦ୍ର

ପୁରୀରେ ରଥଯାତ୍ରା ପାଇଁ ସାରା ବିଶ୍ୱ ଆନନ୍ଦିତ : ଧର୍ମେନ୍ଦ୍ର ଭୁବନେଶ୍ୱର : ଜୁନ ୨୩:ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିବାର ସଦସ୍ୟଙ୍କ ସହ ନୂଆଦିଲ୍ଲୀ ହଜଖାସ ମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସଢେ ଚାରିକୋଟି ଓଡିଶାବାସୀ ଏବଂ ସମଗ୍ର ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀରେ ନିୟନ୍ତ୍ରିତ ରଥଯାତ୍ରା ଉସିବକୁ ପାଳନ କରାଯାଉଛି । ଏଥିପାଇଁ […]
Read More...
ଓଡ଼ିଶା 

ରଥଯାତ୍ରା ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ; ଏ କଠିନ ସମୟ ଶୀଘ୍ର ଦୂର କରିବେ ମହାପ୍ରଭୁ

ରଥଯାତ୍ରା ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ; ଏ କଠିନ ସମୟ ଶୀଘ୍ର ଦୂର କରିବେ ମହାପ୍ରଭୁ ଭୁବନେଶ୍ୱର : ଜୁନ ୨୩:ବହୁ ବାଦବିବାଦ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମଙ୍ଗଳବାର ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ପବିତ୍ର ଘୋଷଯାତ୍ରା ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁପ୍ରିମକୋର୍ଟଙ୍କ ସର୍ତ୍ତ ଅନୁସାରେ ବିନା ଭକ୍ତରେ ଅନୁଷ୍ଠିତ ଏହି ରଥଯାତ୍ରାରେ ସେବାୟତ ଓ ପୋଲିସ କର୍ମଚାରୀ ମିଳିତ ଭାବେ ରଥ ଟାଣିଥିଲେ । ଯାତ୍ରାର ସିଧାପ୍ରସାରଣ ହୋଇଥିଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରାର ସିଧାପ୍ରସାରଣ ଦେଖିଥିଲେ । ରଥଯାତ୍ରା ଦେଖୁଥିବା ବେଳେ ମୁଖ୍ୟମନ୍ତ୍ରୀ ଛିଡ଼ା ହୋଇ ଠାକୁରଙ୍କୁ ପ୍ରଣାମ ମଧ୍ୟ […]
Read More...

Advertisement