ପୁରୀକୁ ଚଳାଚଳ କରୁଥିବା ଟ୍ରେନ, ବସ ବନ୍ଦ
ଭୁବନେଶ୍ୱର(ସବୁ୍ୟ): ଜୁନ ୨୨:ରଥଯାତ୍ରା ପାଇଁ ପୁରୀକୁ ଟ୍ରେନ ଓ ବସ୍ ବନ୍ଦ । କୋଭିଡ ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସ୍ୱତନ୍ତ୍ର ରିଲିପ କମିଶନର(ଏସ୍ଆରସି) ଏନେଇ ସୂଚନା ଦେଇଛନ୍ତି । ସୋମବାର ରାତି ୯ଟାରୁ ୨୪ ତାରିଖ ଆପରାହ୍ନ ୨ଟା ପର୍ଯ୍ୟନ୍ତ ପୁରୀକୁ କୌଣସି ଟ୍ରେନ ଓ ବସ ଚଳାଚଳ କରିବ ନାହିଁ । ଧାରା ୨୪ (କ) ଏବଂ (ଖ) ତଥା ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ ଅନୁଯାୟୀ […]
ଭୁବନେଶ୍ୱର(ସବୁ୍ୟ): ଜୁନ ୨୨:ରଥଯାତ୍ରା ପାଇଁ ପୁରୀକୁ ଟ୍ରେନ ଓ ବସ୍ ବନ୍ଦ । କୋଭିଡ ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସ୍ୱତନ୍ତ୍ର ରିଲିପ କମିଶନର(ଏସ୍ଆରସି) ଏନେଇ ସୂଚନା ଦେଇଛନ୍ତି ।
ସୋମବାର ରାତି ୯ଟାରୁ ୨୪ ତାରିଖ ଆପରାହ୍ନ ୨ଟା ପର୍ଯ୍ୟନ୍ତ ପୁରୀକୁ କୌଣସି ଟ୍ରେନ ଓ ବସ ଚଳାଚଳ କରିବ ନାହିଁ । ଧାରା ୨୪ (କ) ଏବଂ (ଖ) ତଥା ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ ଅନୁଯାୟୀ ଏହା କାର୍ଯ୍ୟକାରୀ ହେବ । ତେବେ ଏହି ସମୟରେ ସରକାରୀ ଡୁ୍ୟଟି / ପୁଲିସ୍ ଏବଂ ଜରୁରୀକାଳୀନ ସେବାରେ ଯାନବାହାନରେ କର୍ମଚାରୀ ବହନ କରିବା ଗାଡ଼ି ଉପରେ ଏହି କଟକଣା ଲାଗୁ ହେବ ନାହିଁ ବୋଲି ଏସ୍ଆରସି ସ୍ପଷ୍ଟ କରିଛନ୍ତି । ଇତିମଧ୍ୟରେ ପୁରୀ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି ।




