ତେଲ ଦର ବୃଦ୍ଧି; ୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ
ଭୁବନେଶ୍ୱର : ଜୁନ ୨୮:ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ସୋମବାର କେନ୍ଦ୍ର ସରକାରଙ୍କ ଯେ କୌଣସି କାର୍ଯ୍ୟାଳୟ ସମ୍ମୁଖରେ ଦଳର ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବେ । ୩୦ ତାରିଖଠାରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲା ଓ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ କରାଯିବ ବୋଲି ଦଳ କହିଛି । ପ୍ରତିଦିନ ପେଟ୍ରୋଲ୍ […]
ଭୁବନେଶ୍ୱର : ଜୁନ ୨୮:ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ସୋମବାର କେନ୍ଦ୍ର ସରକାରଙ୍କ ଯେ କୌଣସି କାର୍ଯ୍ୟାଳୟ ସମ୍ମୁଖରେ ଦଳର ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବେ । ୩୦ ତାରିଖଠାରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲା ଓ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ କରାଯିବ ବୋଲି ଦଳ କହିଛି । ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢୁଥିବାରୁ ଲୋକେ ଅତିଷ୍ଠ ହେଲେଣି ଏଣୁ ସୋମବାର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ମଧ୍ୟ ଦିଆଯିବ । ଏଥି ସହିତ ସୋସିଆଲ୍ ମିଡିଆରେ ସ୍ପିକ୍ ଅପ୍ ଅନ୍ ପେଟ୍ରୋଲ୍ ଏଣ୍ଡ ଡିଜେଲ୍ ପ୍ରାଇସ୍ ହାଇକ୍ ନାମରେ ଏକ ଆନ୍ଦୋଳନ ମଧ୍ୟ କରାଯିବ ବୋଲି ଜଣାପଡିଛି ।




