ଝଲସିବ ଏକାମ୍ର କ୍ଷେତ୍ର; ଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଏକାଠି ବସି ଦେଖିପାରିବେ ୨ ଲକ୍ଷ ଭକ୍ତ
ଭୁବନେଶ୍ୱର : ଭୁବନେଶ୍ୱର: ଅଗଷ୍ଟ ୧୭:ଏଣକି ଝଲସିବ ଏକାମ୍ର କ୍ଷେତ୍ର । ଏଥିପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପ୍ଲାନ୍ କରିଛନ୍ତି । ଏକା ସାଙ୍ଗରେ ୨ଲକ୍ଷ ଭକ୍ତ ପବିତ୍ର ଶିବରାତ୍ରୀ ଦେଖିପାରିବେ । ସେମାନେ ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଏକାଠି ବସି ଦେଖିବାକୁ ସକ୍ଷମ ହେବେ । ଲିଙ୍ଗରାଜ ମନ୍ଦିର ସହ ସିଧା ଦେଖିହେବ ବିନ୍ଦୁ ସାଗରର ଚନ୍ଦନ ଯାତ୍ରା । ମନ୍ଦିର ନିକଟ ୬୬ ଏକର ଜମି ଉପରେ କାର୍ଯ୍ୟକାରୀ ହେବ ଯୋଜନା […]
ଭୁବନେଶ୍ୱର : ଭୁବନେଶ୍ୱର: ଅଗଷ୍ଟ ୧୭:ଏଣକି ଝଲସିବ ଏକାମ୍ର କ୍ଷେତ୍ର । ଏଥିପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପ୍ଲାନ୍ କରିଛନ୍ତି । ଏକା ସାଙ୍ଗରେ ୨ଲକ୍ଷ ଭକ୍ତ ପବିତ୍ର ଶିବରାତ୍ରୀ ଦେଖିପାରିବେ । ସେମାନେ ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଏକାଠି ବସି ଦେଖିବାକୁ ସକ୍ଷମ ହେବେ । ଲିଙ୍ଗରାଜ ମନ୍ଦିର ସହ ସିଧା ଦେଖିହେବ ବିନ୍ଦୁ ସାଗରର ଚନ୍ଦନ ଯାତ୍ରା । ମନ୍ଦିର ନିକଟ ୬୬ ଏକର ଜମି ଉପରେ କାର୍ଯ୍ୟକାରୀ ହେବ ଯୋଜନା । ଏକାମ୍ରକ୍ଷେତ୍ର ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ନିଷ୍ପତ୍ତି । ତେବେ ୬୬ ଏକର ପରିମିତ ଜମିରେ ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱର ଭବ୍ୟ ବିକାଶ କରାଯାଇ ଏଠାରେ ଏକ ଅଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତି ପରିବେଶ ସୃଷ୍ଟି କରାଯାଉଛି । ପୂର୍ବରୁ ୧୦ ରୁ ୧୫ ହଜାର ଲୋକ ମନ୍ଦିର ସମ୍ମୁଖରେ ସମବେତ ହେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ନୂଆ ଯୋଜନା ପରେ ଦୁଇ ଲକ୍ଷରୁ ଅଧିକ ଲୋକ ମନ୍ଦିର ସମ୍ମୁଖରେ ସମବେତ ହୋଇ ମହାପ୍ରଭୁଙ୍କର ଶିବରାତ୍ରି ଉତ୍ସବରେ ସାମିଲ ହୋଇ ମହାଦୀପ ଦର୍ଶନର ଆଧ୍ୟାତ୍ମିକ ଅନୁଭବ କରିପାରିବେ । ଏକାମ୍ର ଯୋଜନାରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ । ଭଜନ ମଣ୍ଡପ ସହିତ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, କେଦାରଗୌରୀ ପୁଷ୍କରିଣୀର ଜଳନିଷ୍କାସନ ବ୍ୟବସ୍ଥା, ଏକାମ୍ରବାସୀଙ୍କର ସୁବିଧା, ପରିବହନ ବ୍ୟବସ୍ଥା, ଜଳନିଷ୍କାସନ, ବର୍ଜ୍ୟବସ୍ତୁ ନିଷ୍କାସନ ଆଦି ବିଭିନ୍ନ ବିଷୟ ଉପରେ ଧ୍ୟାନ ଦିଆଯାଇ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି ।




