ଛଅ ମାଇଲ ନିକଟସ୍ଥ ଏଫ୍ ସି ଆଇ ଗୋଦାମ ପାଖରେ ଥିବା ଏକ ଜଙ୍ଗଲରୁ ପାରଳାଖେମୁଣ୍ଡି ପୋଲିସ ଦ୍ବାରା ନବଜାତ ଶିଶୁକନ୍ୟା ଉଦ୍ଧାର

ପାରଳଖେମୁଣ୍ଡି: ଅଗଷ୍ଟ ୧୪: (ଗରୁଡ଼ ଧ୍ଵଜ ଚୌଧୁରୀ)ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଛଅ ମାଇଲ ନିକଟସ୍ଥ ଏଫ୍ ସି ଆଇ ଗୋଦାମ ନିକଟରେ ଏକ ବୁଦାରେ ନବଜାତ ଶିଶୁ ପଡିରହିଥିବା ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପାରଳାଖେମୁଣ୍ଡି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରେ ଭର୍ତ୍ତି କରିଥିଲେ । ସମାଜରେ ଏବେ ବି ଶିଶୁକନ୍ୟା ଅଲୋଡ଼ା ହୋଇ ପଡିଛି l […]

Samaya Live Picture
Published On

ପାରଳଖେମୁଣ୍ଡି: ଅଗଷ୍ଟ ୧୪: (ଗରୁଡ଼ ଧ୍ଵଜ ଚୌଧୁରୀ)ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଛଅ ମାଇଲ ନିକଟସ୍ଥ ଏଫ୍ ସି ଆଇ ଗୋଦାମ ନିକଟରେ ଏକ ବୁଦାରେ ନବଜାତ ଶିଶୁ ପଡିରହିଥିବା ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପାରଳାଖେମୁଣ୍ଡି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରେ ଭର୍ତ୍ତି କରିଥିଲେ । ସମାଜରେ ଏବେ ବି ଶିଶୁକନ୍ୟା ଅଲୋଡ଼ା ହୋଇ ପଡିଛି l ମା ୧୦ ମାସ ଗର୍ଭ ଧାରଣ କରି ଶିଶୁକୁ ଜନ୍ମ ଦିଏ କିନ୍ତୁ ସେ ଯଦି କନ୍ୟା ସନ୍ତାନ ହୋଇ ଥାଏ ତାକୁ ଜଙ୍ଗଲରେ ଫୋପାଡି ଦେଇ ଚାଲିଯାଅନ୍ତି l ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି I ଅମାନୁଷିକ ଭାବେ ଜନ୍ମ ଜାତ ଶିଶୁକୁ ଏକ ବୁଦା ରେ ଛାଡି ଚାଲି ଯାଇଥିବା ମା କୁ ତୁରନ୍ତ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏ ଅଞ୍ଚଳରେ ଦାବୀ ହେଉଛି l କେତକ ଦମ୍ପତି ଏହି ଖବର ପାଇ ଶିଶୁଟିକୁ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ବେଳେ ଅମାନୁଷିକ ଭାବେ ଜନ୍ମଦାତ୍ରୀ ମାଆ କିଭଳି ଭାବରେ ଛୁଆ ଫୋପାଡ଼ି ଦେଲେ ତାକୁ ନେଇ ଉଠୁଛି ପ୍ରଶ୍ନ ।ଶିଶୁର ପେଟରେ ମୁହଁରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ କୁମାର ପାଢି କହିଛନ୍ତି । ଅନ୍ୟ ପକ୍ଷରେ ଶିଶୁଟି କୌଣସି ହସ୍ପିଟାଲରେ ହିଁ ପ୍ରସବ କରାଯାଈଥିବା ସନ୍ଦେହ କରାଯାଉଛି ।