ଚଣ୍ଡିଖୋଲରୁ କେନ୍ଦ୍ରାପଡା; ଚାଲିଚାଲି ଆସିଲେ ୧୩ ପାଇପ ମିସ୍ତ୍ରୀ
Edited by Papu Mohanty କେନ୍ଦ୍ରାପଡା: ମେ ୨୨:ମହାକାଳପଡା ବ୍ଲକ ଗୋପାଳପୁର ଅଞ୍ଚଳର ପାଇପ ମିସ୍ତ୍ରୀ ମାନେ ଦୀର୍ଘଦିନ ହେବ କର୍ଣ୍ଣାଟକର ବାଙ୍ଗାଲୁରୁ ରେ ରହି ପାଣି ପାଇପ ମିସ୍ତ୍ରୀ ଭାବେ ଜୀବିକା ନିର୍ବାହ କରୁଥିଲେ । ଲକ ଡାଉନ କଟକଣା ଲାଗୁ ହେବା ସହ ରାଜ୍ୟ ସରକାର ପ୍ରବାସୀ ଶ୍ରମିକ ମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ପରେ ମହାକାଳପଡାର ଏହି ଶ୍ରମିକ ମାନେ ଭଦ୍ରକ ଯାଉଥିବା ଏକ ବସରେ ବାଙ୍ଗାଲୁରୁ ଆସିବା […]
Edited by Papu Mohanty
କେନ୍ଦ୍ରାପଡା: ମେ ୨୨:ମହାକାଳପଡା ବ୍ଲକ ଗୋପାଳପୁର ଅଞ୍ଚଳର ପାଇପ ମିସ୍ତ୍ରୀ ମାନେ ଦୀର୍ଘଦିନ ହେବ କର୍ଣ୍ଣାଟକର ବାଙ୍ଗାଲୁରୁ ରେ ରହି ପାଣି ପାଇପ ମିସ୍ତ୍ରୀ ଭାବେ ଜୀବିକା ନିର୍ବାହ କରୁଥିଲେ । ଲକ ଡାଉନ କଟକଣା ଲାଗୁ ହେବା ସହ ରାଜ୍ୟ ସରକାର ପ୍ରବାସୀ ଶ୍ରମିକ ମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ପରେ ମହାକାଳପଡାର ଏହି ଶ୍ରମିକ ମାନେ ଭଦ୍ରକ ଯାଉଥିବା ଏକ ବସରେ ବାଙ୍ଗାଲୁରୁ ଆସିବା ପରେ ଏମାନଙ୍କୁ ଚଣ୍ଡିଖୋଲ ରେ ବସ ଓହ୍ଲାଇ ଦେଇଥିଲା । ତେବେ ସେଠାରୁ କୌଣସି ସୁବିଧା ନପାଇ ଏହି ୧୩ ଜଣ ଶ୍ରମିକ ଚାଲିଚାଲି କେନ୍ଦ୍ରାପଡାରେ ଆସି ପହଞ୍ଚି ଥିବା ଜଣା ପଡିଛି । ପରେ ଏମାନଙ୍କୁ ନିଜ ଅଞ୍ଚଳର ସଙ୍ଗରୋଧ ଶିବିରକୁ ପଠାଯାଇଥିବା ଜଣା ପଡିଛି ।




