ଓଡିଶା ପୋଲିସ ପାଇଁ ୯୦୫ ଟି ନୂଆ ପଦବୀ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର : ଅଗଷ୍ଟ ୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପୋଲିସରେ ୯୦୫ ଟି ନୂଆ ପଦବୀକୁ ଅନୁମୋଦନ କରିଛନ୍ତି। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ନାଗରିକ କେନ୍ଦ୍ରିକ ସେବାର ଦକ୍ଷତାରେ ବିକାଶ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦବୀ ଗୁଡିକୁ ଅନୁମୋଦନ କରିଛନ୍ତି। ଓଡିଶା ପୋଲିସ ର ଦୃଢ ପଦକ୍ଷେପ ଯୋଗୁଁ ଓ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ମାଓବାଦୀ ଉପଦ୍ରବ କମିଛି । ରାଜ୍ୟରେ ଥିବା ୬ ଟି […]
ଭୁବନେଶ୍ଵର : ଅଗଷ୍ଟ ୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପୋଲିସରେ ୯୦୫ ଟି ନୂଆ ପଦବୀକୁ ଅନୁମୋଦନ କରିଛନ୍ତି। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ନାଗରିକ କେନ୍ଦ୍ରିକ ସେବାର ଦକ୍ଷତାରେ ବିକାଶ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦବୀ ଗୁଡିକୁ ଅନୁମୋଦନ କରିଛନ୍ତି।
ଓଡିଶା ପୋଲିସ ର ଦୃଢ ପଦକ୍ଷେପ ଯୋଗୁଁ ଓ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ମାଓବାଦୀ ଉପଦ୍ରବ କମିଛି ।
ରାଜ୍ୟରେ ଥିବା ୬ ଟି ପୋଲିସ ଷ୍ଟେସନ କୁ ବିଭାଜନ କରାଯାଇ ଆଉ ୬ଟି ପୁଲିସ ଷ୍ଟେସନ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି । ସମ୍ପୃକ୍ତ ଥାନାଗୁଡ଼ିକ ହେଲା ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା, ଭଞ୍ଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନା । ଏହି ୬ ଟି ଥାନାକୁ ଦୁଇ ଭାଗରେ ବିଭକ୍ତ କରାଯିବ ।
୯୦୫ ଟି ନୂଆ ପଦବୀ ସୃଷ୍ଟି ହେବ। ଦ୍ୱାରା , ରାଜ୍ୟର ୨୧ ଟି ପୋଲିସ ଜିଲ୍ଲାର ୨୨୦ ପୋଲିସ ଷ୍ଟେସନ ଏବଂ ୬ ଟି ଆଉଟପୋଷ୍ଟକୁ ମଜବୁତ କରିବାରେ ସାହାଯ୍ୟ କରିବ |




