ଓଡ଼ିଶାରେ ସୁସ୍ଥ ହେଲେ ଆଉ ୭୨୮ ଜଣ କରୋନା ଆକ୍ରାନ୍ତ; ସୁସ୍ଥ ହେଲେଣି ମୋଟ ୧୫ ହଜାର ୯୨୮ ଜଣ
ଭୁବନେଶ୍ୱର : ଜୁଲାଇ ୨୫: ଆଜି ଓଡ଼ିଶାରେ ୭୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ୧୫,୯୨୮ ଜଣ ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି I ସ୍ୱାସ୍ଥ୍ୟ ବିଭାଗ ର ଟ୍ୱଇଟ ଅନୁସାରେ, ଗଂଜାମ ଜିଲ୍ଲାର ୩୯୧ ଜଣ କରୋନା ରୋଗୀ ସୁସ୍ଥ ହେଇଥିବା ବେଳେ ଖୋର୍ଦ୍ଧା ରୁ ୪୯, କଟକ ରୁ ୪୩, ବାଲେଶ୍ୱର ରୁ ୩୩, ଯାଜପୁର ରୁ ୩୨, ଗଜପତି ରୁ ୨୩, ମୟୁରଭଞ୍ଜ ରୁ […]
ଭୁବନେଶ୍ୱର : ଜୁଲାଇ ୨୫: ଆଜି ଓଡ଼ିଶାରେ ୭୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ୧୫,୯୨୮ ଜଣ ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି I
ସ୍ୱାସ୍ଥ୍ୟ ବିଭାଗ ର ଟ୍ୱଇଟ ଅନୁସାରେ, ଗଂଜାମ ଜିଲ୍ଲାର ୩୯୧ ଜଣ କରୋନା ରୋଗୀ ସୁସ୍ଥ ହେଇଥିବା ବେଳେ ଖୋର୍ଦ୍ଧା ରୁ ୪୯, କଟକ ରୁ ୪୩, ବାଲେଶ୍ୱର ରୁ ୩୩, ଯାଜପୁର ରୁ ୩୨, ଗଜପତି ରୁ ୨୩, ମୟୁରଭଞ୍ଜ ରୁ ୧୯, ଅନୁଗୁଳ ରୁ ୧୮, ଜଗତସିଂହପୁର ଓ ନୟାଗଡ ରୁ ୧୭ ଜଣ ଲେଖାଏଁ, ସମ୍ବଲପୁର ରୁ ୧୧, ମାଲକାନଗିରି ରୁ ୧୦, ବରଗଡ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ପୁରୀ ଓ ସୁନ୍ଦରଗଡ ରୁ ୭ ଜଣ ଲେଖାଏଁ, ବଲାଙ୍ଗୀର, ଝାରସୁଗୁଡା ଓ ସୋନପୁର ରୁ ୫ ଜଣ ଲେଖାଏଁ, ଭଦ୍ରକ ଓ ନବରଙ୍ଗପୁର ରୁ ୪ ଜଣ ଲେଖାଏଁ, କୋରାପୁଟ ରୁ ୩ ଜଣ ଏବଂ ବୌଦ ଓ କେନ୍ଦୁଝର ରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I




