ଓଡ଼ିଶାରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧୨୬୪ କୋଭିଡ-୧୯ କେଶ

ଭୁବନେଶ୍ୱର: ଜୁଲାଇ ୨୩: ଓଡ଼ିଶାରେ ରେକର୍ଡ ସଂଖ୍ୟକ କୋଭିଡ ପଜିଟିଭ ଚିହ୍ନଟ ହେଲେ I ୨୪ ଘଂଟାରେ ୧୨୬୪ ଜଣ ଚିହ୍ନଟ ହେବା ଏବେ ରାଜ୍ୟରେ ଚର୍ଚା ର ବିଷୟ ପାଲଟିଛି I ତେବେ, ସେଥିରୁ ୪୧୭ ଜଣ ହେଉଛନ୍ତି Local Contact Case I ବାକି ୮୪୭ ଜଣ Quarantine ରେ ଥିଲେ I ୧୨୬୪ ଜଣ ଙ୍କ ମଧ୍ୟରେ, କେବଳ ଗଂଜାମ ର ସର୍ବାଧିକ ୫୪୦ ଜଣ ଅଛନ୍ତି I ସେହିପରି, ଖୋର୍ଦ୍ଧା ରୁ […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୨୩: ଓଡ଼ିଶାରେ ରେକର୍ଡ ସଂଖ୍ୟକ କୋଭିଡ ପଜିଟିଭ ଚିହ୍ନଟ ହେଲେ I ୨୪ ଘଂଟାରେ ୧୨୬୪ ଜଣ ଚିହ୍ନଟ ହେବା ଏବେ ରାଜ୍ୟରେ ଚର୍ଚା ର ବିଷୟ ପାଲଟିଛି I ତେବେ, ସେଥିରୁ ୪୧୭ ଜଣ ହେଉଛନ୍ତି Local Contact Case I ବାକି ୮୪୭ ଜଣ Quarantine ରେ ଥିଲେ I
୧୨୬୪ ଜଣ ଙ୍କ ମଧ୍ୟରେ, କେବଳ ଗଂଜାମ ର ସର୍ବାଧିକ ୫୪୦ ଜଣ ଅଛନ୍ତି I ସେହିପରି, ଖୋର୍ଦ୍ଧା ରୁ ୧୩୭ ଜଣ, ରାୟଗଡା ରୁ ୮୪ ଜଣ, ଗଜପତି ରୁ ୭୪ ଜଣ, ନୟାଗଡ ରୁ ୬୧ ଜଣ, ସୁନ୍ଦରଗଡ ରୁ ୬୦ ଜଣ, କଟକ ରୁ ୪୭ ଜଣ , ଭଦ୍ରକ ରୁ ୩୦ ଜଣ, କନ୍ଧମାଳ ରୁ ୨୯ ଜଣ, କୋରାପୁଟ ରୁ ୨୭ ଜଣ, କେନ୍ଦୁଝର ରୁ ୨୫ ଜଣ, ବରଗଡ ରୁ ୨୪ ଜଣ, ପୁରୀ ରୁ ୨୨ ଜଣ, ସମ୍ବଲପୁର ରୁ ୨୦ ଜଣ, ଯାଜପୁର ରୁ ୧୭ ଜଣ, ମୟୁରଭଞ୍ଜ ରୁ ୧୫ ଜଣ, ବାଲେଶ୍ୱର ରୁ ୯ ଜଣ, କେନ୍ଦ୍ରାପଡ଼ା ରୁ ୮ ଜଣ, କଳାହାଣ୍ଡି ଓ ଅନୁଗୁଳ ରୁ ୭ ଜଣ ଲେଖାଏଁ, ଢେଙ୍କାନାଳ ରୁ ୬ ଜଣ, ନବରଙ୍ଗପୁର ଓ ଜଗତସିଂହପୁର ରୁ ୪ ଜଣ ଲେଖାଏଁ, ଝାରସୁଗୁଡା ରୁ ୩ ଜଣ, ବୌଦ ରୁ ୨ ଜଣ ଏବଂ ବଲାଙ୍ଗୀର ଓ ନୂଆପଡା ରୁ ଜଣେ ଲେଖାଏଁ ନୂଆ କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି I
ଏହାକୁ ମିଶାଇ, ଓଡ଼ିଶାରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୨୧ ହଜାର ୦୯୯ ରେ ପହଂଚିଛି I