ଓଡ଼ିଶାରେ ଆଜି ସୁସ୍ଥ ହେଲେ ୨୫୧୯ ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର : ଅଗଷ୍ଟ ୨୪: ଓଡ଼ିଶାରେ କ୍ରମାଗତ ଦ୍ଵିତୀୟ ଦିନ ପାଇଁ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ଗତ କାଲି ୨୧୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଥିବା ବେଳେ ଆଜି ୨୫୧୯ ଜଣ ସୁସ୍ଥ ହେଇଛନ୍ତି I ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୮ ଜଣ ସୁସ୍ଥ ହେଇଥିବା ବେଳେ, ବାଲେଶ୍ୱର ରୁ ୨୭୬, ଗଂଜାମ ରୁ ୨୩୭, କଟକ ରୁ ୧୫୨, ରାୟଗଡା ରୁ ୧୪୪, ଭଦ୍ରକ ରୁ ୧୪୦, ସୁନ୍ଦରଗଡ […]

Samaya Live Picture
Published On

ଭୁବନେଶ୍ୱର : ଅଗଷ୍ଟ ୨୪: ଓଡ଼ିଶାରେ କ୍ରମାଗତ ଦ୍ଵିତୀୟ ଦିନ ପାଇଁ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ଗତ କାଲି ୨୧୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଥିବା ବେଳେ ଆଜି ୨୫୧୯ ଜଣ ସୁସ୍ଥ ହେଇଛନ୍ତି I
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୮ ଜଣ ସୁସ୍ଥ ହେଇଥିବା ବେଳେ, ବାଲେଶ୍ୱର ରୁ ୨୭୬, ଗଂଜାମ ରୁ ୨୩୭, କଟକ ରୁ ୧୫୨, ରାୟଗଡା ରୁ ୧୪୪, ଭଦ୍ରକ ରୁ ୧୪୦, ସୁନ୍ଦରଗଡ ରୁ ୧୩୮, କୋରାପୁଟ ରୁ ୯୮, ପୁରୀ ରୁ ୯୭, ନୟାଗଡ ରୁ ୯୬, ବଲାଙ୍ଗୀର ରୁ ୮୫, ଢେଙ୍କାନାଳ ରୁ ୬୧, କନ୍ଧମାଳ ରୁ ୬୦, ସମ୍ବଲପୁର ରୁ ୫୯, ଯାଜପୁର ରୁ ୫୮, ମୟୁରଭଞ୍ଜ ରୁ ୫୪, ବରଗଡ ଓ ଜଗତସିଂହପୁର ରୁ ୫୩ ଜଣ ଲେଖାଁଏ , ମାଲକାନଗିରି ରୁ ୫୨, ଗଜପତି ରୁ ୪୨, ନବରଙ୍ଗପୁର ରୁ ୩୧, କଳାହାଣ୍ଡି ରୁ ୨୩, କେନ୍ଦ୍ରାପଡ଼ା ରୁ ୨୨, ଦେଓଗଡ ଓ କେନ୍ଦୁଝର ରୁ ୧୯ ଜଣ ଲେଖାଁଏ , ଝାରସୁଗୁଡା ରୁ ୧୮ ଜଣ, ଅନୁଗୁଳ ରୁ ୩ ଜଣ ଏବଂ ବୌଦ ରୁ ଜଣେ କରୋନା ରୋଗୀ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ, ରାଜ୍ୟରେ ମୋଟ ୫୬ ହଜାର ୯୨୫ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ଏବେ, ୨୪ ହଜାର ୮୨ ଜଣ ଚିକିତ୍ସାଧୀନ ଅଛନ୍ତି I