ଏଆଇଆଇଏମ୍ଏସ୍ ଆବିଷ୍କାର କଲା ନୂଆ ଫଙ୍ଗସ୍ ‘ଅରୁଣାଲୋକେ’
ଭୁବନେଶ୍ୱର: ଅଗଷ୍ଟ ୨୦: ଏଆଇଆଇଏମ୍ଏସ୍ ବା ଏମ୍ସ ରିସର୍ଚ୍ଚସ୍ ଏକ ନୂତନ ପଙ୍ଗସ୍ ଆବିଷ୍କାର କରିଛନ୍ତି । ଏହି ଫଙ୍ଗସ୍ ମୁ୍ୟକୋରାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ର ସୃଷ୍ଟିର କାରଣ । ଗବେଷକମାନେ ଚିହ୍ନଟ କରିଥିବା ନୂତନ ଫଙ୍ଗସ୍ର ନାମ ‘ଅରୁଣାଲୋକେ’ ରଖିଛନ୍ତି । ଏନେଇ ଭୁବନେଶ୍ୱର ଏଆଇଆଇଏମ୍ଏସ୍ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଏହି ସୂଚନା ‘ଜର୍ଣ୍ଣାଲ ଅଫ୍ ଫୁଙ୍ଗି’ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଛି । ଭୁନେଶ୍ୱର ଏମ୍ସର ପ୍ରାଥମିକ ଚିକିତ୍ସା ପ୍ରତିଷ୍ଠାନରେ […]
ଭୁବନେଶ୍ୱର: ଅଗଷ୍ଟ ୨୦: ଏଆଇଆଇଏମ୍ଏସ୍ ବା ଏମ୍ସ ରିସର୍ଚ୍ଚସ୍ ଏକ ନୂତନ ପଙ୍ଗସ୍ ଆବିଷ୍କାର କରିଛନ୍ତି । ଏହି ଫଙ୍ଗସ୍ ମୁ୍ୟକୋରାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ର ସୃଷ୍ଟିର କାରଣ । ଗବେଷକମାନେ ଚିହ୍ନଟ କରିଥିବା ନୂତନ ଫଙ୍ଗସ୍ର ନାମ ‘ଅରୁଣାଲୋକେ’ ରଖିଛନ୍ତି । ଏନେଇ ଭୁବନେଶ୍ୱର ଏଆଇଆଇଏମ୍ଏସ୍ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଏହି ସୂଚନା ‘ଜର୍ଣ୍ଣାଲ ଅଫ୍ ଫୁଙ୍ଗି’ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଛି । ଭୁନେଶ୍ୱର ଏମ୍ସର ପ୍ରାଥମିକ ଚିକିତ୍ସା ପ୍ରତିଷ୍ଠାନରେ ୫ଜଣ ଗବେଷକଙ୍କ ସହିତ ସେଠାରେ ଅଧ୍ୟୟନ କରୁଥିବା ୯ ଜଣ ଏହି ନୂତନ ଫଙ୍ଗସ ଆବିଷ୍କାରରେ ଅଂଶ ଗ୍ରହଣ କରିଛନ୍ତି । ଓଡ଼ିଶାର ଜଣେ ୨୬ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ଏହି ଫଙ୍ଗସ୍ ଦେଖାଯାଇଛି ।
କରୋନାରେ ସଂକ୍ରମିଙ୍କୁ ସୁସ୍ତ କରିବା ପାଇଁ ରୋଗୀଙ୍କୁ ଦୀର୍ଘଦିନ ଧରି ବା ଅତ୍ୟଧିକଭାବେ ଆଣ୍ଟିବାୟୋଟିକ୍ସ, ଷ୍ଟିରଏଡ୍ ଆଦି ଦିଆଯିବା ଦ୍ୱାରା ସେମାନେ ସୁସ୍ଥ ହୋଇଯାଆନ୍ତି । କିନ୍ତୁ ସେମାନେ ସୁସ୍ଥ ହୋଇଗଲା ପରେ ଅନେକଙ୍କୁ ଅନ୍ୟାନ୍ୟ ପଙ୍ଗସ୍ ସଂକ୍ରମଣ ହେବାର ଆଶଙ୍କା ବଢ଼ିଯାଏ । ସେହି ଫଙ୍ଗସ୍ମାନଙ୍କ ମଧ୍ୟରୁ ବ୍ଲାକ୍ ଫଙ୍ଗସ୍ର ସଂକ୍ରମଣ ଆଶା ଅଧିକ ଥାଏ । ଆବିଷ୍କାର ହୋଇଥିବା ‘ଅରୁଣାଲୋକେ’ ଫଙ୍ଗସ୍ ଶରୀରରେ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ସଂକ୍ରମିତ କରି ବ୍ଲାକ୍ ଫଙ୍ଗସ୍ ସୃଷ୍ଟି କରେ । ତେବେ ବ୍ଲାକ୍ ଫଙ୍ଗସ୍ ହେଲେ ନାକରୁ କଳା ରଙ୍ଗର ପାଣି ବାହାରିବା ସହିତ ଆଖି ନାଲି ପଡ଼ି ଫୁଲିଯାଏ । ମୁଣ୍ଡ ବିନ୍ଧେ, ପାଟିରେ ଯନ୍ତ୍ରଣା ହୁଏ ଓ ପାଟି ଭିତରେ କଳା ରଙ୍ଗର ଦାଗ ସୃଷ୍ଟି ହୋଇଥାଏ ।




