ଆଜି ରାଜ୍ୟରେ ୧,୯୪୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର:ଜୁଲାଇ ୨୨: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧ ହଜାର ୯୪୮କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ ହଜାର ୧୨୦ ଜଣ କ୍ୱାରେଣ୍ଟିନ୍‌ରୁ ଓ ୮୨୮ ଜଣ ସ୍ଥାନୀୟ କେସ୍‌ରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୧ ହଜାର ୯୪୩ ଜଣ । ଅନ୍ୟପକ୍ଷେ ଆଜି ୬୭ କରୋନା ରୋଗୀ ଆଖି ବୁଜିଛନ୍ତି । ଆଜି ରାଜ୍ୟରେ ସକ୍ରିୟ ରୋଗୀଙ୍କ […]

Samaya Live Picture
Published On

ଭୁବନେଶ୍ୱର:ଜୁଲାଇ ୨୨: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧ ହଜାର ୯୪୮କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ ହଜାର ୧୨୦ ଜଣ କ୍ୱାରେଣ୍ଟିନ୍‌ରୁ ଓ ୮୨୮ ଜଣ ସ୍ଥାନୀୟ କେସ୍‌ରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୧ ହଜାର ୯୪୩ ଜଣ ।
ଅନ୍ୟପକ୍ଷେ ଆଜି ୬୭ କରୋନା ରୋଗୀ ଆଖି ବୁଜିଛନ୍ତି । ଆଜି ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯ ହଜାର ୬୨୩ ରହିଛି ।
ତେବେ ୨୪ ଘଣ୍ଟାରେ ଅନୁଗୁଳରୁ ୮୫, ବାଲେଶ୍ୱରରୁ ୯୮, ବରଗଡ଼ରୁ ୧୭, ଭଦ୍ରକରୁ ୫୯, ବଲାଙ୍ଗିରରୁ ୭, ବୌଦ୍ଧରେ ୪, କଟକରୁ ୨୭୯, ଦେଓଗଡ଼ରୁ ୫, ଢ଼େଙ୍କାନାଳରୁ ୩୪, ଗଜପତିରୁ ୪, ଗଞ୍ଜାମରୁ ୬, ଜଗତସିଂହପୁରୁ ୧୧୩, ଯାଜପୁରରୁ ୧୧୫, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୪, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୧୧୨, କେନ୍ଦୁଝରରୁ ୨୧, ଖୋର୍ଦ୍ଧାରୁ ୪୮୦, କୋରାପୁଟରୁ ୭, ମାଲକାନଗିରିରୁ ୨୪ , ମୟୁରଭଞ୍ଜରୁ ୬୬, ନବରଙ୍ଗପୁରରୁ ୯, ନୟାଗଡ଼ରୁ ୮୮, ନୂଆପଡ଼ାରୁ ୨, ପୁରୀରୁ ୮୩, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୨୫, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୪୭ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୯୯ ଜଣ କରୋନାରେ ରୋଗୀ ଚିହ୍ନଟ ହୋଇଛନ୍ତି ।