ଆଜି ରାଜ୍ୟରେ ୧୬୪୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୧୯: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୯୫୫ ଜଣ ଚିହ୍ନଟ ହୋଇଥିଲାବେଳେ ଲୋକାଲ କେସ୍‌ ୬୯୩ ରହିଛି । ଆଜିର ସଂକ୍ରମିତଙ୍କ ସହ ରାଜ୍ୟରେ ମୋଟ୍‌ ୯୫, ୫୯୭୪ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି । ଅନ୍ୟପକ୍ଷରେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୪୯୨ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୫୮ ଜଣ ସଂକ୍ରମିତଙ୍କର ମୃତୁ୍ୟ ଘଟିଛି। […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୧୯: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୯୫୫ ଜଣ ଚିହ୍ନଟ ହୋଇଥିଲାବେଳେ ଲୋକାଲ କେସ୍‌ ୬୯୩ ରହିଛି । ଆଜିର ସଂକ୍ରମିତଙ୍କ ସହ ରାଜ୍ୟରେ ମୋଟ୍‌ ୯୫, ୫୯୭୪ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ।
ଅନ୍ୟପକ୍ଷରେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୪୯୨ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୫୮ ଜଣ ସଂକ୍ରମିତଙ୍କର ମୃତୁ୍ୟ ଘଟିଛି। ରାଜ୍ୟରେ ବର୍ତ୍ତମାନ ୨୦୩୮୭ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
ତେବେ ଗତ ୨୪ ଘଣ୍ଟା ରାଜ୍ୟରେ ଅନୁଗୁଳରୁ ୮୯, ବାଲେଶ୍ୱରରୁ ୮୩, ବରଗଡ଼ରୁ ୧୭, ଭଦ୍ରକରୁ ୭୭, ବଲାଙ୍ଗିରରୁ ୧, ବୌଦ୍ଧରେ ୫, କଟକରୁ ୩୩୫, ଦେଓଗଡ଼ରୁ ୧, ଢ଼େଙ୍କାନାଳରୁ ୫୪, ଗଜପତିରୁ ୫, ଗଞ୍ଜାମରୁ ୧୧, ଜଗତସିଂହପୁରୁ ୧୧୨, ଯାଜପୁରରୁ ୧୧୩, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୫, କେନ୍ଦ୍ରାପଡ଼ାରୁ ୫୦, କେନ୍ଦୁଝରରୁ ୨୧, ଖୋର୍ଦ୍ଧାରୁ ୨୩୦, କୋରାପୁଟରୁ ୬, ମାଲକାନଗିରିରୁ ୩୫ , ମୟୁରଭଞ୍ଜରୁ ୭୭, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୭୩, ନୂଆପଡ଼ାରୁ ୭, ପୁରୀରୁ ୬୭, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୨୪, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୩୩ ଏବଂ ଷ୍ଟେଟ୍‌ ପୁଲ୍‌ ଅନୁସାରେ ୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।