ଆଜିଠୁ ଚାଲିଲା ମୋ ବସ୍ ସେବା
ଭୁବନେଶ୍ୱର: ଜୁଲାଇ ୧୯: କରୋନା ଯୋଗୁ ସାମୟିକ ଭାବେ ବନ୍ଦ ରହିଥିବା ରାଜ୍ୟ ସରକାରଙ୍କ ମୋ ବସ ସେବା ଆଜିଠାରୁ ପୁଣି ଆରମ୍ଭ ହୋଇଛି । ରାଜ୍ୟ ରାଜଧାନୀରେ ଲୋକମାନଙ୍କୁ ପରିବହନ ସେବା ଯୋଗାଉଥିବା ମୋ ବସ ସେବାର ଆଜି ପ୍ରାଥମିକ ପର୍ଯ୍ୟାୟରେ ୮୭ଟି ବସ୍ ଚାଲିଛି । ତେବେ ଭୁବନେଶ୍ୱରର କେବଳ ୧୬ଟି ରୁଟ୍ରେ ବସ୍ ଚଳାଚଳ ଆରମ୍ଭ ହୋଇଛି । ସୋମବାରଠାରୁ ଶୁକ୍ରବାର ଯାଏଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍ ସେବା […]
ଭୁବନେଶ୍ୱର: ଜୁଲାଇ ୧୯: କରୋନା ଯୋଗୁ ସାମୟିକ ଭାବେ ବନ୍ଦ ରହିଥିବା ରାଜ୍ୟ ସରକାରଙ୍କ ମୋ ବସ ସେବା ଆଜିଠାରୁ ପୁଣି ଆରମ୍ଭ ହୋଇଛି । ରାଜ୍ୟ ରାଜଧାନୀରେ ଲୋକମାନଙ୍କୁ ପରିବହନ ସେବା ଯୋଗାଉଥିବା ମୋ ବସ ସେବାର ଆଜି ପ୍ରାଥମିକ ପର୍ଯ୍ୟାୟରେ ୮୭ଟି ବସ୍ ଚାଲିଛି । ତେବେ ଭୁବନେଶ୍ୱରର କେବଳ ୧୬ଟି ରୁଟ୍ରେ ବସ୍ ଚଳାଚଳ ଆରମ୍ଭ ହୋଇଛି । ସୋମବାରଠାରୁ ଶୁକ୍ରବାର ଯାଏଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍ ସେବା ଜାରି ରହିବ ବୋଲି ଜଣାଯାଇଛି।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା ନିୟମ ସହ ମୋ ସେବା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଯାତ୍ରୀ ଯେପରି ମୁହଁରେ ମାସ୍କ ପିନ୍ଧିବେ, ସେଥିପ୍ରତି ବସ୍ କଣ୍ଡକଫର ଦୃଷ୍ଟିଦେବେ । ଏହାସହ ବସ୍ରେ ଯେତିକି ସିଟ୍ ରହିଛି ସେତିକି ଯାତ୍ରୀହିଁ ବସ୍ରେ ଯାତାୟାତ କରିପାରିବେ । କୌଣସି ଯାତ୍ରୀ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଯାତ୍ରୀ ବିନା ମାକ୍ସରେ ବସ୍ରେ ଚଢ଼ିପାରିବେ ନାହିଁ ବୋଲି ନିୟମ ଲାଗୁ ହୋଇଛି ।
ସେହିପରି ସପ୍ତାହନ୍ତ ତାଲାବନ୍ଦ ସମୟରେ ମୋ ବସ କେବଳ ଏୟାର୍ପୋର୍ଟ ଏବଂ ରେଲେୱ ଷ୍ଟେସନରୁ ଚଳାଚଳ ହେବ ।




