ଆଇପିଏସ୍ ସ୍ତରରେ ଅଦଳବଦଳ: ବଦଳିଲେ ସାଗରିକା, ଅନୁପ
ଭୁବନେଶ୍ୱର : ଜୁଲାଇ ୧୪: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ବିଭାଗ ର ଡିଜି ଭାବେ ନିଯୁକ୍ତି ଦିଆଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଏମ୍ ଅକ୍ଷୟଙ୍କୁ ପୁଲିସ୍ ଗୃହନିର୍ମାଣ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ପୁଲିସ୍ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଥିବା ଆଇପିଏସ୍ ଲଳିତ ଦାସଙ୍କୁ ଅତିରିକ୍ତ ଡିଜି, ଯୋଗାଯୋଗ ଭାବେ ଅବସ୍ଥାପିତ କରାଯାଇଛି । […]
ଭୁବନେଶ୍ୱର : ଜୁଲାଇ ୧୪: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି ।
ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ବିଭାଗ ର ଡିଜି ଭାବେ ନିଯୁକ୍ତି ଦିଆଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଏମ୍ ଅକ୍ଷୟଙ୍କୁ ପୁଲିସ୍ ଗୃହନିର୍ମାଣ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ପୁଲିସ୍ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଥିବା ଆଇପିଏସ୍ ଲଳିତ ଦାସଙ୍କୁ ଅତିରିକ୍ତ ଡିଜି, ଯୋଗାଯୋଗ ଭାବେ ଅବସ୍ଥାପିତ କରାଯାଇଛି । ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଆର.କେ.ଶର୍ମା ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି । ଏସ୍କେ ପ୍ରିୟଦର୍ଶୀଙ୍କୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଭାବେ ନିଯୁକ୍ତି ମିଳିଛି । ଆଇଜି ପର୍ସନେଲ ପ୍ରଭିନ କୁମାରଙ୍କୁ ଆଇଜି ଆଇନ୍ଶୃଙ୍ଖଳା ଭାବେ ନିଯୁକ୍ତି ଦିଆଯାଇଛି ।
ଭୁବନେଶ୍ୱର ଡିସିପି ଦାୟିତ୍ୱ ତୁଲାଉଥିବା ଅନୁପ କୁମାର ସାହୁଙ୍କୁ ଡିଆଇଜି, ଇଣ୍ଟରଲିଜେନ୍ସ ଭାବେ ନିଯୁକ୍ତି ଦିଆଯାଇଛି ।
କଟକ ଡିସିପି ଥିବା ୨୦୦୯ ବ୍ୟାଚ୍ ଆଇପିଏସ୍ ଅଖିଳେଶ୍ୱର ସିଂହଙ୍କୁ ପୁରୀ ଏସ୍ପି ଭାବେ ବଦଳି କରାଯାଇଥିବାବେଳେ ପୁରୀ ଏସ୍ପି ଉମାଶଙ୍କର ଦାସଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ମିଳିଛି । କନ୍ଧମାଳ ଏସ୍ପି ପ୍ରତୀକ ସିଂହଙ୍କୁ କଟକ ଡିସିପି I ଭିନିଥ ଅଗ୍ରୱାଲଙ୍କୁ କନ୍ଧମାଳ ଏସ୍ପି ଭାବେ ନିଯୁକ୍ତି ମିଳିଛି । ଭିଜିଲାନ୍ସ ଏସ୍ପି ଥିବା ସାର୍ଥକ ଷଡଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଏସ୍ପି ଭାବେ ବଦଳି କରାଯାଇଛି I ଭୁବନେଶ୍ୱର ଡିସିପି ଟ୍ରାଫିକ ଥିବା ୨୦୧୬ ବ୍ୟାଚ୍ ଆଇପିଏସ୍ ସାଗରିକା ନାଥଙ୍କୁ ସୁନ୍ଦରଗଡ ଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି । ସୁନ୍ଦରଗଡ ଏସ୍ ପି ଥିବା ୨୦୧୪ ବ୍ୟାଚ୍ ଆଇପିଏସ୍ ସୌମ୍ୟାା ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି ଟ୍ରାଫିକ ଦାୟିତ୍ୱ ଦିଆଯାଇଛି । ଦେବଗଡ ଏସ୍ ପି ଥିବା ୨୦୧୫ ବ୍ୟାଚ୍ ଆଇପିଏସ୍ ରାହୁଳ ଜୈନଙ୍କୁ ନୂଆପଡା ଏସ୍ପି ଭାବେ ବଦଳି କରାଯାଇଥିବାବେଳେ, ବରିଷ୍ଠ ଓପିଏସ୍ ଅଫିସର ଏସ୍.ସି ଜମାଦାରଙ୍କୁ ଦେବଗଡ ଏସ୍ପି ଭାବେ ନିଯୁକ୍ତି ମିଳିଛି । ସେହିଭଳି କ୍ରାଇମବ୍ରାଞ୍ଚ ଏସ୍ପି ଥିବା ବରିଷ୍ଠ ଓପିଏସ୍ ଅଫିସର ତପନ କୁମାର ପଟ୍ଟନାୟକଙ୍କୁ ଗଜପତି ଏସ ପି ଭାବେ ନିଯୁକ୍ତି ମିଳିଛି । ଗଜପତି ସାରା ଶର୍ମାଙ୍କୁ ଭିଜିଲାନ୍ସ ସଂଗଠନକୁ ବଦଳି କରାଯାଇଛି ।




