ଅଳ୍ପ ପରିମାଣର ଡ୍ରଗ୍ସ ମିଳିଲେ, ଜେଲ୍ ଦଣ୍ଡ ହେବ ନାହିଁ !
ଦିଲ୍ଲୀ: ଅକ୍ଟୋବର ୨୫: ବଲିଉଡ ଅଭିନେତା ଶାହାରୁଖ୍ ଖାନ୍ଙ୍କ ପୁଅ ଆରୟନ ଡ୍ରଗ୍ସ ମାମଲାରେ ଫସିବା ପରେ ଏବେ ସାରା ଦେଶରେ ଏନେଇ ଚର୍ଚ୍ଚା ଚାଲିଛି । ଡ୍ରଗ୍ସର ସେବନ ଓ ଚାଲାଣକୁ ନେଇ ଏନ୍ସିବି (ନାର୍କୋଟିକ୍ କଣ୍ଟ୍ରୋଲ ବୁ୍ୟରୋ) ଏହା ଉପରେ କଡ଼ା ନଜର ରଖିଛି । ଏହାରି ଭିତରେ ଏନ୍ଡିପିଏସ୍(ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରପିକ୍ ସବଷ୍ଟାନ୍ସ) ଆଇନରେ କିଛିଟା ପରିବର୍ତ୍ତନ କରିବାକୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛି । ବର୍ତ୍ତମାନ […]
ଦିଲ୍ଲୀ: ଅକ୍ଟୋବର ୨୫: ବଲିଉଡ ଅଭିନେତା ଶାହାରୁଖ୍ ଖାନ୍ଙ୍କ ପୁଅ ଆରୟନ ଡ୍ରଗ୍ସ ମାମଲାରେ ଫସିବା ପରେ ଏବେ ସାରା ଦେଶରେ ଏନେଇ ଚର୍ଚ୍ଚା ଚାଲିଛି । ଡ୍ରଗ୍ସର ସେବନ ଓ ଚାଲାଣକୁ ନେଇ ଏନ୍ସିବି (ନାର୍କୋଟିକ୍ କଣ୍ଟ୍ରୋଲ ବୁ୍ୟରୋ) ଏହା ଉପରେ କଡ଼ା ନଜର ରଖିଛି । ଏହାରି ଭିତରେ ଏନ୍ଡିପିଏସ୍(ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରପିକ୍ ସବଷ୍ଟାନ୍ସ) ଆଇନରେ କିଛିଟା ପରିବର୍ତ୍ତନ କରିବାକୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛି । ବର୍ତ୍ତମାନ ଡ୍ରଗ୍ସ ସେବନ କରୁଥିବା ଲୋକଙ୍କ କ୍ଷେତ୍ରରେ ‘ଆଡିକ୍ଟ’ ଶବ୍ଦର ବ୍ୟବହାର କରାଯାଉଛି । କି;ୁ ଏନଡିପିଏସ୍ ନିୟମ ଏହାକୁ ହଟାଇ ଡ୍ରଗ୍ସ ସେବନକାରୀଙ୍କୁ ‘ୟୁଜର୍ସ’ ଏବଂ ‘ସବଷ୍ଟନ୍ସ ଡିପେଡେଣ୍ଟ’ ଭାବେ ନାମିତ କରିବାକୁ ପ୍ରସ୍ତାବ ଦେଇଛି । ରାଜସ୍ୱ ବିଭାଗ ଏନଡିପିଏସ୍ର ନିୟମ ୧୯୮୫ରେ କିଛି ପରିବର୍ତ୍ତନ ସମ୍ପର୍କରେ ପ୍ରସ୍ତାବ ଦେବାକୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ କହିଥିଲା । ଏହାପରେ ହିଁ ମନ୍ତ୍ରଣାଳୟ ପକ୍ଷରୁ ଏପରି ପ୍ରସ୍ତାବ ଦିଆଯାଇଛି ।
ପ୍ରସ୍ତାବିତ ନିୟମ ଅନୁସାରେ, ଯଦି କୌଣସି ବ୍ୟକ୍ତିଙ୍କଠାରୁ ଅଳ୍ପ ପରିମାଣରେ ଡ୍ରଗ୍ସ ମିଳିଲା , ତେବେ ସେମାନଙ୍କୁ ପୀଡ଼ିତ ଭାବେ ବିବେଚନା କରାଯିବ । ଜେଲ୍ ଦଣ୍ଡରୁ ଦୂରେଇ ରଖିବାକୁ ସେମାନଙ୍କୁ ଦୋଷୀ କୁହାଯିବ ନାହିଁ । ଏହାବାଦ ଡ୍ରଗ୍ସ ସେବନ କରୁଥିବା ଲୋକଙ୍କୁ ଜେଲ ଓ ଜୋରିମାନା ବଦଳରେ ବାଧ୍ୟତାମୂଳକ ସୁଧାରଗୃହରେ ରଖାଯିବ । ଏହା ସହିତ ସୋମନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି ।
ମନ୍ତ୍ରଣାଳୟ ବିସ୍ତୃତ ଭାବେ ନିଜ ପ୍ରସ୍ତାବ ସମ୍ପର୍କରେ କହିଛି ଯେ, ୟୁଜର୍ସମାନଙ୍କୁ ପ୍ରଥମେ ୩୦ ଦିନ ପାଇଁ ବାଧ୍ୟତାମୂଳକ ସୁଧାରଗୃହରେ ରଖାଯିବ । ଏହାପରେ ସେମାନଙ୍କୁ ଗୋଟିଏ ବର୍ଷ ପାଇଁ ବାଧ୍ୟତାମୂଳକ ସାମାଜିକ ସେବା କରିବାକୁ କୁହାଯାଇ ପାରେ । ବିପୁଳ ପରିମାଣ ଓ ଅଳ୍ପ ପରିମାଣର ଡ୍ରଗ୍ସ ସହ ଧରା ପଡ଼ୁଥିବା ଲୋକଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୃଷ୍ଟିରେ ରଖି ଦଣ୍ଡ ପ୍ରଦାନ କରାଯିବ ।




