ଜଫରାନି ଚିକେନ କୋରମା

ସାମଗ୍ରୀ : ୫୦୦ ଗ୍ରାମ ଚିକେନ୍‌, ୩-୪ ଚାମଚ ଭଜା ପିଆଜ, ଏକ ଚାମଚ ରସୁଣ ପେଷc, ଏକ ଚାମଚ ଅଦା ପେଷ୍ଟ, ଅଧା କପ୍‌ ପିଆଜ ପେଷ୍ଟ, ଏକ ଚାମଚ ପୋସ୍ତ, ଜାଇଫଳ ଗୁଣ୍ଡ ଅଧା ଚାମଚ, ଅଧା କପ୍‌ କ୍ରିମ୍‌, ଅଧା କପ୍‌ କ୍ଷୀର, ଦେଢ କପ୍‌ କାଜୁ ପେଷ୍ଟ, ଦୁଇ ଚାମଚ ଘିଅ, ଲୁଣ ସ୍ୱାଦ ଅନୁସାରେ, ଚିନି ସ୍ୱାଦଅନୁସାରେ ( ନଦେଲେ ବି ଚଳିବ), କଞ୍ଚା ଲଙ୍କା ୨-୩ଟି, ୨ ଚାମଚ […]

Samaya Live Picture
Published On

ସାମଗ୍ରୀ : ୫୦୦ ଗ୍ରାମ ଚିକେନ୍‌, ୩-୪ ଚାମଚ ଭଜା ପିଆଜ, ଏକ ଚାମଚ ରସୁଣ ପେଷc, ଏକ ଚାମଚ ଅଦା ପେଷ୍ଟ, ଅଧା କପ୍‌ ପିଆଜ ପେଷ୍ଟ, ଏକ ଚାମଚ ପୋସ୍ତ, ଜାଇଫଳ ଗୁଣ୍ଡ ଅଧା ଚାମଚ, ଅଧା କପ୍‌ କ୍ରିମ୍‌, ଅଧା କପ୍‌ କ୍ଷୀର, ଦେଢ କପ୍‌ କାଜୁ ପେଷ୍ଟ, ଦୁଇ ଚାମଚ ଘିଅ, ଲୁଣ ସ୍ୱାଦ ଅନୁସାରେ, ଚିନି ସ୍ୱାଦଅନୁସାରେ ( ନଦେଲେ ବି ଚଳିବ), କଞ୍ଚା ଲଙ୍କା ୨-୩ଟି, ୨ ଚାମଚ କ୍ଷୀରରେ ଭିଜା ଯାଇଥିବା କେଶର, କେୱଡା ଜଳ ଅଳ୍ପ ।

ପ୍ରଣାଳୀ – ପ୍ରଥମେ ଏକ ବଡ ପାତ୍ରରେ ଘିଅ ଗରମ କରନ୍ତୁ । ଏଥିରେ ଖଣ୍ଡ ଗରମ ମସଲା ପକାଇ ଭାଜନ୍ତୁ । ପରେ ଏଥିରେ ଚିକେନ୍‌ ପକାଇ କିଛି ସମୟ ପାଇଁ ଭାଜନ୍ତୁ । ଏକ ଅଲଗା ପାତ୍ରରେ ପିଆଜ ପେଷ୍ଟ, ଭଜା ପିଆଜ, ଅଦା ପେଷ୍ଟ, ରସୁଣ ପେଷ୍ଟ, ଜାଇଫଳ ଗୁଣ୍ଡ, ପୋସ୍ତ ବଟା, ଲୁଣ ମିଶାଇ ଗୋଳାନ୍ତୁ । ଏହି ମିଶ୍ରଣକୁ ଚିକେନ୍‌ରେ ଗୋଳାନ୍ତୁ ଏବଂ ରାନ୍ଧନ୍ତୁ । ମଝିରେ ମଝିରେ ଏଥିରେ ପାଣି ଦେଇ ଏହାକୁ ରାନ୍ଧନ୍ତୁ । ଚିକେନ୍‌ ସିଝିବା ପର୍ଯ୍ୟନ୍ତୁ ଏହାକୁ ରାନ୍ଧନ୍ତୁ । ଚିକେନ୍‌ରୁ ପାଣି ମରିବା ପରେ ଏଥିରେ କ୍ରିମ୍‌ ଓ କ୍ଷୀର ମିଶାନ୍ତୁ । ଏହି ସମୟରେ ଘୋଡଣି ଘୋଡାନ୍ତୁ ନାହିଁ । ବର୍ତ୍ତମାନ ଏଥିରେ କଞ୍ଚାଲଙ୍କା ପକାନ୍ତୁ । ଏହାପରେ ଏଥିରେ କେଶର ଓ ଅଳ୍ପ ଚିନି ମିଶାନ୍ତୁ । ଶେଷରେ କେୱାଡା ଜଳ ଅଳ୍ପ ପରିମାଣରେ ପକାଇ ଗ୍ୟାସ ବନ୍ଦ କରିନିଅନ୍ତୁ । ପ୍ରସ୍ତୁତ ହୋଇଗଲା ଜଫରାନି ଚିକେନ କୋରମା ।