ଚିଙ୍ଗୁଡ଼ି ବିରିୟାନୀ
ସାମଗ୍ରୀ – ୨୫୦ ଗ୍ରାମ ଚିଙ୍ଗୁଡି, ଅଧା ଚାମଚ ହଳଦୀ ପାଉଡର, ୨୫୦ ଗ୍ରାମ ବାସୁମତି ଚାଉଳ, ତିନି ଚାମଚ ତେଲ, ୩ଟି ଗୁଜୁରାତି, ୪ଟି ଲବଙ୍ଗ, ୨ଟି ତେଜପତ୍ର, ଗୋଟିଏ ବଡ ଟମାଟର୍ କଟା, ୨ଟି କଟା ପିଆଜ, ଅଧା କପ ଟମାଟର ରସ, ଗୋଟିଏ ଡାଲଚିନି ଖଣ୍ଡ, ଏକ ଚାମଚ ଜୀରା, ଏକ ଚାମଚ କାଶ୍ମିରି ଚିଲି ପାଉଡର, ଏକ ଚାମଚ ଧନିଆ ଗୁଣ୍ଡ, ୬ରୁ ୭ଟି ଭୁସଙ୍ଗ ପତ୍ର, ଏକ ଚାମଚ ଲେମ୍ବୁ […]
ସାମଗ୍ରୀ – ୨୫୦ ଗ୍ରାମ ଚିଙ୍ଗୁଡି, ଅଧା ଚାମଚ ହଳଦୀ ପାଉଡର, ୨୫୦ ଗ୍ରାମ ବାସୁମତି ଚାଉଳ, ତିନି ଚାମଚ ତେଲ, ୩ଟି ଗୁଜୁରାତି, ୪ଟି ଲବଙ୍ଗ, ୨ଟି ତେଜପତ୍ର, ଗୋଟିଏ ବଡ ଟମାଟର୍ କଟା, ୨ଟି କଟା ପିଆଜ, ଅଧା କପ ଟମାଟର ରସ, ଗୋଟିଏ ଡାଲଚିନି ଖଣ୍ଡ, ଏକ ଚାମଚ ଜୀରା, ଏକ ଚାମଚ କାଶ୍ମିରି ଚିଲି ପାଉଡର, ଏକ ଚାମଚ ଧନିଆ ଗୁଣ୍ଡ, ୬ରୁ ୭ଟି ଭୁସଙ୍ଗ ପତ୍ର, ଏକ ଚାମଚ ଲେମ୍ବୁ ରସ ।
ପ୍ରଣାଳୀ- ଏକ ପାତ୍ର ନିଅ ସେଥିରେ ହଳଦୀ ଏବଂ ଲୁଣ ସହିତ ଚିଙ୍ଗୁଡିକୁ ମିଶାଇ ୧୦ରୁ ୧୫ମିନିଟ୍ ଯାଏଁ ଅଲଗା ରଖ;ୁ । ବର୍ତ୍ତମାନ ଏକ ପ୍ୟାନ୍ରେ ପାଣି ଫୁଟା;ୁ ଏବଂ ଚାଉଳ ପକା;ୁ । ପାଣି ଶୁଖିଯିବା ପର୍ଯ୍ୟନ୍ତ ଚାଉଳକୁ ଫୁଟା;ୁ । ଅଦା ଏବଂ ରସୁଣର ଏକ ମୋଟା ପେଷ୍ଟ କରନ୍ତୁ । ତା’ପରେ ଏକ ବଡ଼ ପ୍ୟାନରେ ତେଲ ଗରମ କର;ୁ, ସେଥିରେ ଡାଲଚିନି ଖଣ୍ଡ,ଗୁଜୁରାତି, ଲବଙ୍ଗ, ତେଜପତ୍ର ଏବଂ ଜୀରା ପକାଇ ଭାଜନ୍ତୁ । କିଛି ସମୟ ଭାଜିବା ପରେ ଏଥିରେ ପିଆଜ ପକାଇ ୫ରୁ ୭ମିନିଟ୍ ଭାଜନ୍ତୁ । ପିଆଜ ଭାଜିହେବା ପରେ ଏଥିରେ ଅଦା ରସୁଣ ପେଷ୍ଟ ମିଶାନ୍ତୁ । ଏହାପରେ କଟା ଟମାଟର ପକାଇ ଭାଜନ୍ତୁ । ମସଲା ତିଆରି ହେବା ପରେ ଏଥିରେ ଚିଙ୍ଗୁଡି ପକାଇ ଭଲକରି ଗୋଳାନ୍ତୁ । ଏହାକୁ କିଛି ସମୟ ପାଇଁ ଭାଜନ୍ତୁ । ଭାଜିବା ପରେ ଏଥିରେ ଅଳ୍ପ ଚିନି, ଭୁସଙ୍ଗପତ୍ର ଓ ଲେମ୍ବୁରସ ପକାଇ ଗୋଳାନ୍ତୁ । ତାପରେ ଏକ କଣ୍ଟା ଚାମଚ ସାହାଯ୍ୟରେ ଭାତକୁ ଏହି ଚିଙ୍ଗୁଡି ମସଲାରେ ମିଶାନ୍ତୁ । ଆଞ୍ଚ ବନ୍ଦ କରି ଏହାକୁ କିଛି ସମୟ ପାଇଁ ଗରମରେ ଘୋଡାଇ ରଖନ୍ତୁ । ପରେ ଏଥିରେ ଧନିଆ ପତ୍ର ପକାଇ ଗରମ ଗରମ ପରଷନ୍ତୁ ।




