ପାଳଙ୍ଗ ପତ୍ର ପକୋଡା ଚାଟ୍
ସାମଗ୍ରୀ- ଏକ କପ୍ ବେସନ, ଅଧା ଚାମଚ ଲୁଣ, ଅଧା ଚାମଚ ଜୁଆଣି, ୨କପ ପାଣି, ହଳଦୀ, ୭ରୁ ୮ଟି ପାଳଙ୍ଗ ପତ୍ର, ୪ ଚାମଚ ଦହି, ଅଳ୍ପ ପରିମାଣ କଳା ଲୁଣ, ଅଳ୍ପ ପରିମାଣ ଜୀରା, ଏକ ଚାମଚ ଲଙ୍କା ଗୁଣ୍ଡ, କଟା ପିଆଜ ଅଳ୍ପ ପରିମାଣ, କଟା ଟମାଟ ଅଳ୍ପ ପରିମାଣ, ଗୋଟିଏ କଞ୍ଚା ଲଙ୍କା, ଦୁଇ ଚାମଚ ତେନ୍ତୁଳି ଚଟଣି, ୨ ଚାମଚ ପୋଦିନା ଚଟଣି, ଏକ ଚାମଚ ବୁନ୍ଦି, ଏକ ଚାମଚ […]
ସାମଗ୍ରୀ- ଏକ କପ୍ ବେସନ, ଅଧା ଚାମଚ ଲୁଣ, ଅଧା ଚାମଚ ଜୁଆଣି, ୨କପ ପାଣି, ହଳଦୀ, ୭ରୁ ୮ଟି ପାଳଙ୍ଗ ପତ୍ର, ୪ ଚାମଚ ଦହି, ଅଳ୍ପ ପରିମାଣ କଳା ଲୁଣ, ଅଳ୍ପ ପରିମାଣ ଜୀରା, ଏକ ଚାମଚ ଲଙ୍କା ଗୁଣ୍ଡ, କଟା ପିଆଜ ଅଳ୍ପ ପରିମାଣ, କଟା ଟମାଟ ଅଳ୍ପ ପରିମାଣ, ଗୋଟିଏ କଞ୍ଚା ଲଙ୍କା, ଦୁଇ ଚାମଚ ତେନ୍ତୁଳି ଚଟଣି, ୨ ଚାମଚ ପୋଦିନା ଚଟଣି, ଏକ ଚାମଚ ବୁନ୍ଦି, ଏକ ଚାମଚ ଡାଳିମ୍ବ ମଞ୍ଜି, ଏକ ଚାମଚ ସେଓ ।
ପ୍ରଣାଳୀ- ଗୋଟିଏ ପାତ୍ରରେ ଏକ କପ୍ ବେସନରେ ଲୁଣ, ଜୁଆଣି, ଅଳ୍ପ ହଳଦୀ ଓ ପାଣି ମିଶାଇ ପତଳା ଆଣ ପ୍ରସ୍ତୁତ କରନ୍ତୁ । ଏହାପରେ ଏଥିରେ ପାଳଙ୍ଗ ପତ୍ର ବୁଡାଇ ଛାଣନ୍ତୁ ।

ଏହି ଛଣା ପାଳଙ୍ଗ ପତ୍ରକୁ ଏକ ପ୍ଲେଟରେ ରଖନ୍ତୁ । ଏହା ଉପରେ ଦହି, କଳା ଲୁଣ, ଜିରା ଓ ଲଙ୍କା ଗୁଣ୍ଡ ପକାନ୍ତୁ । ଏହାପରେ କଟା ହୋଇଥିବା ଧନିଆ ପତ୍ର, ତେନ୍ତୁଳି ଚଟଣି, ପୋଦିନା ଚଟଣି, ଡାଳିମ୍ବ ମଞ୍ଜି ସେଓ ଦେଇ ସଜାନ୍ତୁ । ପ୍ରସ୍ତୁତ ହୋଇଗଲା ପାଳଙ୍ଗ ପତ୍ର ପକୋଡା ଚାଟ ।




