ମଲାଇ ମଟନ ବୋଟି
ସାମଗ୍ରୀ -ମଟନ, ଅଧା କପ କଞ୍ଚା ଅମୃତଭଣ୍ଡା,୨ ଟି କଞ୍ଚା ଲଙ୍କା, ଅଳ୍ପ ଅଦା,୬ରୁ ୭ଟି ରସୁଣ କୋଲା, ଏକ ଚାମଚ ଲେମ୍ବୁରସ, ଅଧା କେଜି ମଟନ, ଅଧା କପ ଦହି, ଅଧା କପରୁ କମ କ୍ରିମ, ଅଧା ଚାମଚ ଗୁଜୁରାତି ଗୁଣ୍ଡ, ଏକ ଚାମଚ ଗୋଲମରିଚ ଗୁଣ୍ଡ, ଅଧା ଚାମଚ ଜୀରା ଗୁଣ୍ଡ, ଅଧା ଚାମଚ ହ୍ୱାଇଟ୍ ଚିଲି ପାଉଡର, ଅଧା ଚାମଚ ଧନିଆ ଗୁଣ୍ଡ ପ୍ରଣାଳୀ – ପ୍ରଥମେ କଞ୍ଚା ଅମୃତଭଣ୍ଡା, ଲଙ୍କା, ଅଦା, […]
ସାମଗ୍ରୀ -ମଟନ, ଅଧା କପ କଞ୍ଚା ଅମୃତଭଣ୍ଡା,୨ ଟି କଞ୍ଚା ଲଙ୍କା, ଅଳ୍ପ ଅଦା,୬ରୁ ୭ଟି ରସୁଣ କୋଲା, ଏକ ଚାମଚ ଲେମ୍ବୁରସ, ଅଧା କେଜି ମଟନ, ଅଧା କପ ଦହି, ଅଧା କପରୁ କମ କ୍ରିମ, ଅଧା ଚାମଚ ଗୁଜୁରାତି ଗୁଣ୍ଡ, ଏକ ଚାମଚ ଗୋଲମରିଚ ଗୁଣ୍ଡ, ଅଧା ଚାମଚ ଜୀରା ଗୁଣ୍ଡ, ଅଧା ଚାମଚ ହ୍ୱାଇଟ୍ ଚିଲି ପାଉଡର, ଅଧା ଚାମଚ ଧନିଆ ଗୁଣ୍ଡ
ପ୍ରଣାଳୀ – ପ୍ରଥମେ କଞ୍ଚା ଅମୃତଭଣ୍ଡା, ଲଙ୍କା, ଅଦା, ରସୁଣ ଓ ଲେମ୍ବୁ ରସକୁ ବାଟି ନିଅନ୍ତୁ । ଏହି ମିଶ୍ରଣକୁ ମଟନରେ ଗୋଳାନ୍ତୁ ଏବଂ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ଏହି ମିଶ୍ରଣକୁ ୩୦ ମିନିଟ ଛାଡନ୍ତୁ ।

ଏହାପରେ ଏଥିରେ ଦହି, କ୍ରିମ, ଗୁଜୁରାତି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ହ୍ୱାଇଟ୍ ପେପର, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ ଓ ଲୁଣ ପକାଇ ଗୋଳାନ୍ତୁ । ଏହାକୁ ଗୋଳାଇବା ପରେ ମଟନକୁ ୨ରୁ ୩ ଘଣ୍ଟା ରଖନ୍ତୁ । ଏହାପରେ ଏହାକୁ କୋଇଲା ଆଞ୍ଚରେ କବାବ ଭଳି ଗ୍ରିଲ କରନ୍ତୁ ।

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ମଲାଇ ମଟନ ବୋଟି ।




