ମୁଥିୟା ଚିକେନ୍‌ କବାବ୍‌

ସାମଗ୍ରୀ – ଅଧାକେଜି ହାଡ଼ ନଥିବା ଚିକେନ୍‌, ଗୋଟିଏ ପିଆଜ,୨ଚାମଚ ଅଦା ରସୁଣ ପେଷ୍ଟ, ଧନିଆ ପତ୍ର, ପୋଦିନା ପତ୍ର,ଏକ ଚାମଚ ଲଙ୍କାଗୁଣ୍ଡ, ଏକ ଚାମଚ ଗୋଲମରିଚ ଗୁଣ୍ଡ, ଏକ ଚାମଚ ଗରମ ମସଲା, ଏକ ଚାମଚ ଚାଟ୍‌ ମସଲା, ଏକ ଚାମଚ ଜୀରା ଗୁଣ୍ଡ, ଗୋଟେ କଞ୍ଚା ଲଙ୍କା । ପ୍ରଣାଳୀ – ପ୍ରଥମେ ପିଆଜ, ଅଦା, ରସୁଣ, ପୋଦିନା , ଧନିଆ ପତ୍ରକୁ ବାଟି ନିଅନ୍ତୁ । ଏହାପରେ ଚିକେନ୍‌ରେ ଲୁଣ, ଲଙ୍କାଗୁଣ୍ଡ,ମରିଚ ଗୁଣ୍ଡ, […]

Samaya Live Picture
Published On

ସାମଗ୍ରୀ – ଅଧାକେଜି ହାଡ଼ ନଥିବା ଚିକେନ୍‌, ଗୋଟିଏ ପିଆଜ,୨ଚାମଚ ଅଦା ରସୁଣ ପେଷ୍ଟ, ଧନିଆ ପତ୍ର, ପୋଦିନା ପତ୍ର,ଏକ ଚାମଚ ଲଙ୍କାଗୁଣ୍ଡ, ଏକ ଚାମଚ ଗୋଲମରିଚ ଗୁଣ୍ଡ, ଏକ ଚାମଚ ଗରମ ମସଲା, ଏକ ଚାମଚ ଚାଟ୍‌ ମସଲା, ଏକ ଚାମଚ ଜୀରା ଗୁଣ୍ଡ, ଗୋଟେ କଞ୍ଚା ଲଙ୍କା ।

ପ୍ରଣାଳୀ – ପ୍ରଥମେ ପିଆଜ, ଅଦା, ରସୁଣ, ପୋଦିନା , ଧନିଆ ପତ୍ରକୁ ବାଟି ନିଅନ୍ତୁ । ଏହାପରେ ଚିକେନ୍‌ରେ ଲୁଣ, ଲଙ୍କାଗୁଣ୍ଡ,ମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ଚାଟ୍‌ ମସଲା, ଗରମ ମସଲା, କଞ୍ଚା ଲଙ୍କା ଓ ଜୀରା ପକାଇ ଗୋଳାନ୍ତୁ । ଏହାକୁ ବଟା ମସଲାରେ ମିଶାନ୍ତୁ । ପରେ ଏହାକୁ କବାବର ଆକାର ଦେଇ ଗଢନ୍ତୁ । ଏହାପରେ କବାବକୁ ଫୁଟା ପାଣିରେ ପକାଇ କିଛି ସମୟ ସିଝାନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ମୁଥିୟା ଚିକେନ୍‌ କବାବ ।