କାଶ୍ମରୀ କାଜୁ ରାଜମା

ସାମଗ୍ରୀ : ଦେଢ କପ ରାଜମା, ୧ଟା ପିଆଜ, ୨ଟି କଞ୍ଚାଲଙ୍କା, ଅଧା କପ ଦହି, ଅଳ୍ପ ପରିମାଣର ହେଙ୍ଗୁ, ଅଳ୍ପ ପରିମାଣ ବେକିଙ୍ଗ ସୋଡା, ଏକ ଚାମଚ ଜୀରା, ଏକ ଚାମଚ ଅଦା ପାଉଡର, ଏକ ଚାମଚ ଅଦା ପେଷ୍ଟ, ଏକ ଚାମଚ କାଶ୍ମରୀ ଲାଲ୍‌ ପାଉଡର, ୨ ଚାମଚ କାଜୁ ବଟା, ଗରମ ମସଲା, ଧନିଆ ପାଉଡର । ପ୍ରଣାଳୀ : ପ୍ରଥମେ ରାଜମାକୁ ପ୍ରାୟ ୮ଘଣ୍ଟା ପାଣିରେ ବତୁରାନ୍ତୁ । ଏହାପରେ ରାଜମାକୁ […]

Samaya Live Picture
Published On

ସାମଗ୍ରୀ : ଦେଢ କପ ରାଜମା, ୧ଟା ପିଆଜ, ୨ଟି କଞ୍ଚାଲଙ୍କା, ଅଧା କପ ଦହି, ଅଳ୍ପ ପରିମାଣର ହେଙ୍ଗୁ, ଅଳ୍ପ ପରିମାଣ ବେକିଙ୍ଗ ସୋଡା, ଏକ ଚାମଚ ଜୀରା, ଏକ ଚାମଚ ଅଦା ପାଉଡର, ଏକ ଚାମଚ ଅଦା ପେଷ୍ଟ, ଏକ ଚାମଚ କାଶ୍ମରୀ ଲାଲ୍‌ ପାଉଡର, ୨ ଚାମଚ କାଜୁ ବଟା, ଗରମ ମସଲା, ଧନିଆ ପାଉଡର ।

ପ୍ରଣାଳୀ : ପ୍ରଥମେ ରାଜମାକୁ ପ୍ରାୟ ୮ଘଣ୍ଟା ପାଣିରେ ବତୁରାନ୍ତୁ । ଏହାପରେ ରାଜମାକୁ ସିଝାଇ ପାଣିରୁ ଛାଣି ରଖନ୍ତୁ ।
କାଶ୍ମରୀ କାଜୁ ରାଜମା

ଏକ କଡ଼େଇରେ ତେଲ ଗରମ କରନ୍ତୁ, ଏଥିରେ ଅଳ୍ପ ହେଙ୍ଗୁ ଓ ଜୀରା ପକାନ୍ତୁ । ଏଥିରେ ପିଆଜ ଓ କଞ୍ଚାଲଙ୍କା ପକାଇ ଭାଜନ୍ତୁ ।

କାଶ୍ମରୀ କାଜୁ ରାଜମା
ଏହି ସବୁ ଭାଜି ହୋଇଗଲେ ଅଦା ପେଷ୍ଟ, ଅଦା ପାଉଡର, ଦହି ପକାଇ ଗୋଳାନ୍ତୁ । ମନେ ରଖନ୍ତୁ ଦହି ପକାଇବା ପୂର୍ବରୁ ଗ୍ୟ୍ୟାସ୍‌ର ଆଞ୍ଚ କମାଇ ଦିଅନ୍ତୁ । ଏହିପରି ନକଲେ ଦହି ଛିଣ୍ଡି ଯାଇଥାଏ ।
କାଶ୍ମରୀ କାଜୁ ରାଜମା
ଧ୍ୟାନ ରଖନ୍ତୁ ଦହି ଯେପରି ନଷ୍ଟ ନହୁଏ । ତେବେ ମସଲା କଷି ହେବା ପରେ ଏଥିରେ ସବୁ ଗୁଣ୍ଡ ମସଲା, କାଜୁ ପେଷ୍ଟ ଓ ରାଜମା ପକାନ୍ତୁ ।
କାଶ୍ମରୀ କାଜୁ ରାଜମା
ଏହାପରେ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ । ଗ୍ରେଭି ଟିକେ ଗାଢ ହେବା ପରେ ଏଥିରେ ଗରମ ମସଲା ପକାଇ ବନ୍ଦ କରିଦିଅନ୍ତୁ । ଏହାକୁ ଆପଣମାନେ ଭାତ, ପୁରୀ କିମ୍ବା ରୁଟି ସହିତ ଖାଇ ପାରିବେ ।