ଇଂରାଜୀ ନବବର୍ଷ..

ଆମ ଓଡିଆଙ୍କ ପର୍ବ ନହେଲେ ମଧ୍ୟ ଆମ ପାଶ୍ଚାତ୍ୟ ସଭ୍ୟତାକୁ ବେଶ୍‌ ଭଲ ରୂପେ ଆପଣେଇଛେ ଆମେ। ଖାଲି ଓଡିଶାବାସୀ ନୁହେଁ ବରଂ ପାଶ୍ଚାତ୍ୟ ଦେଶର ଏହି ପର୍ବକୁ ବେଶ୍‌ ଧୁମଧାମରେ ପାଳନ କରାଯାଏ ଆମ ଦେଶର ପ୍ରାୟତଃ ସବୁ ରାଜ୍ୟରେ । ପାଶ୍ଚାତ୍ୟ ଦେଶର ଏହି ପର୍ବର ସମସ୍ତ ରୀତିନୀତିକୁ ଯେତିକି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ, ଆମ ସଂସ୍କୃତିକୁ ସାଧାରଣ ଭାବେ ଭୁଲିଯିବାର ପରମ୍ପରା ମଧ୍ୟ ସେତିକି ନିକଟତର ହେବାର ଆଶଙ୍କାକୁ ମଧ୍ୟ […]

Samaya Live Picture
Published On

ଆମ ଓଡିଆଙ୍କ ପର୍ବ ନହେଲେ ମଧ୍ୟ ଆମ ପାଶ୍ଚାତ୍ୟ ସଭ୍ୟତାକୁ ବେଶ୍‌ ଭଲ ରୂପେ ଆପଣେଇଛେ ଆମେ। ଖାଲି ଓଡିଶାବାସୀ ନୁହେଁ ବରଂ ପାଶ୍ଚାତ୍ୟ ଦେଶର ଏହି ପର୍ବକୁ ବେଶ୍‌ ଧୁମଧାମରେ ପାଳନ କରାଯାଏ ଆମ ଦେଶର ପ୍ରାୟତଃ ସବୁ ରାଜ୍ୟରେ । ପାଶ୍ଚାତ୍ୟ ଦେଶର ଏହି ପର୍ବର ସମସ୍ତ ରୀତିନୀତିକୁ ଯେତିକି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ, ଆମ ସଂସ୍କୃତିକୁ ସାଧାରଣ ଭାବେ ଭୁଲିଯିବାର ପରମ୍ପରା ମଧ୍ୟ ସେତିକି ନିକଟତର ହେବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆନଯାଇପାରେ। ବିଶେଷତଃ ମାନବ ସମାଜ ଅନେକ ସମୟରେ ଅନେକ ସମସ୍ୟାର ସମୁଖୀନ ହୋଇଆସୁଥିବାର ନଜର ରହିଛି। କେବଳ ଯେ ମକର ସଂକ୍ରାନ୍ତୀର ଓଡିଆ ନବ ବର୍ଷକୁ ଆମେ ପାଶୋରି ଯାଉଥିବାର ଦୁଖଃ ତାହା ନୁହେଁ। ଅଥଚ ବିଭିନ୍ନ ସମୟରେ ହିଂସା, ରାହାଜନୀ, ହତ୍ୟା, ଆତଙ୍କବାଦ ଓ ସାମ୍ପ୍ରଦାୟିକ ଦଙ୍ଗାର ମଧ୍ୟ ସାମ୍ନା କରିବାକୁ ପଡେ। ତେବେ ଏହି କ୍ରମରେ ୨୦୨୧ ବର୍ଷର ବର୍ଷ ତମାମ ଅନେକ ଘଟଣା ଘଟିଯାଇଛି। ଏବଂ ମାନସପଟରେ ରହିଯାଇଛି ତାର କେବଳ ଚିହ୍ନ ମାତ୍ର। ଏହି ଘଟଣା ଗୁଡିକ ମଧ୍ୟରେ ଆମ ଦୈନନ୍ଦିନ ଜୀବନକୁ ଦୟନୀୟ କରିଥିବା କରୋନା ମହାମାରୀ ବିଶ୍ୱର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏପରିକି ବର୍ତ୍ତମାନ ସୁଦ୍ଧା ମଧ୍ୟ ଏହାର ବିଭିନ୍ନ ପ୍ରଜାତୀର କବଳରେ ରହିଛି ମାନବ ସମାଜ।

୨୦୧୯ରୁ ଆରମ୍ଭ ହୋଇଥିବା ଏହି ଭାଇରସ ଆଜି ମଧ୍ୟ ଥମିବାର ନାଁ ଧରୁନି। ସମୟ ସମୟରେ ଭିନ୍ନ ରୂପରେ ଆକ୍ରାମକ ହେଉଥିବାର ରହିଛି ନଜିର୍‌ । ଏଥିପାଇଁ ବିଭିନ୍ନ ଦେଶର ସରକାର ବିଭିନ୍ନ ପଦକ୍ଷେପ ମଧ୍ୟ ନେଇଛନ୍ତି । କିନ୍ତୁ ବିପଦ ସମୟରେ କୁଟା ଖିଅକ ମଧ୍ୟ ଖସିଯାଇଛି ପରି ମନେହୁଏ। ଏ ସମସ୍ତ ପରେ ଆମ ଗହଣରେ ଆସି ପହଁଚିଛି ନବବର୍ଷର ସେଲିବ୍ରେସନ ଟାଇମ୍‌ ।

ପ୍ରତିବର୍ଷ ସମସ୍ତେ ଏହାକୁ ନେଇ ବେଶ୍‌ ଉତ୍ସାହିତ ହେବା ସହିତ ଏଥିପାଇଁ ପ୍ରସ୍ତୁତି ଯୋରସୋରରେ କରିଥାନ୍ତି। କିନ୍ତୁ ଚଳିତ ଥର ନୂତନ ବର୍ଷର ଉତ୍ସବରେ ସାମାନ୍ୟ ବ୍ୟତିକ୍ରମ ଓ ନିରସ ହେଉଥିବା ଅନୁଭବ ହୋଇଛି। ଏଥିପାଇଁ ସମସ୍ତଙ୍କ ମନ ଖରାପ ହୋଇଥିବା ବେଳେ ସରକାର ଅତି ସାଧାରଣ ଉପାୟରେ ଏହି ପର୍ବ ପାଳିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ତେବେ ସମଗ୍ର ବିଶ୍ୱର ଏହି କରାଳ ସମୟରେ ଆମେ ସମସ୍ତେ ପରିସ୍କାର ଓ ସୁରକ୍ଷିତ ରହିବାର ଚେଷ୍ଟା ଜାରି ରଖିବା। ସାମାନ୍ୟ କିଛି ମୁହୂର୍ତ୍ତର ଆନନ୍ଦ ଉଲ୍ଲାସ ପାଇଁ ଆମେ ପରସ୍ପରର ସୁରକ୍ଷାକୁ ବାଜି ନ ଲଗାଇବାର ପ୍ରଣ ହିଁ ରହିବା କଥା ଆମ ନିୟୁ ୟର ରିସୋଲୁସନ୍‌ ।