ଖ୍ରୀଷ୍ଟମାସ୍‌ରେ ପ୍ରସ୍ତୁତ କରନ୍ତୁ ସେଓ ପକୋଡ଼ା

ପାଖେଇ ଆସିଲାଣି ଖୁସିର ପର୍ବ ବଡ଼ଦିନ । ଖ୍ରୀଷ୍ଟଧର୍ମୀ ଲୋକଙ୍କ ସହିତ ଅନ୍ୟ ଧର୍ମୀ ଲୋକମାନେ ମଧ୍ୟ ଏହି ଦନିକୁ ସେଲିବ୍ରେଟ୍‌ ବା ପାଳନ କରିଥାନ୍ତି । ଏହି ଖୁସିର ଦିନରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ଖ୍ରୀଷ୍ଟ ପରମ୍ପରା ଅନୁସାରେ, ସେଓକୁ ଖ୍ରୀଷ୍ଟମାସ୍‌ ଟ୍ରିରେ ଲଗାଯାଇ ସଜାଯାଏ । ଏହି ଦିନରେ ସେଓର ମହତ୍ୱ ଅଧିକ । ଏହାକୁ ନେଇ ନାନା ପ୍ରକାରର ବିଦେଶୀ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ହେଲେ କେବେ […]

Samaya Live Picture
Published On

ପାଖେଇ ଆସିଲାଣି ଖୁସିର ପର୍ବ ବଡ଼ଦିନ । ଖ୍ରୀଷ୍ଟଧର୍ମୀ ଲୋକଙ୍କ ସହିତ ଅନ୍ୟ ଧର୍ମୀ ଲୋକମାନେ ମଧ୍ୟ ଏହି ଦନିକୁ ସେଲିବ୍ରେଟ୍‌ ବା ପାଳନ କରିଥାନ୍ତି । ଏହି ଖୁସିର ଦିନରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ଖ୍ରୀଷ୍ଟ ପରମ୍ପରା ଅନୁସାରେ, ସେଓକୁ ଖ୍ରୀଷ୍ଟମାସ୍‌ ଟ୍ରିରେ ଲଗାଯାଇ ସଜାଯାଏ । ଏହି ଦିନରେ ସେଓର ମହତ୍ୱ ଅଧିକ ।
ଖ୍ରୀଷ୍ଟମାସ୍‌ରେ ପ୍ରସ୍ତୁତ କରନ୍ତୁ ସେଓ ପକୋଡ଼ା

ଏହାକୁ ନେଇ ନାନା ପ୍ରକାରର ବିଦେଶୀ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ହେଲେ କେବେ ଦେଶୀ ଢ଼ଙ୍ଗରେ ସେଓକୁ ପ୍ରସ୍ତୁତ କରିଛନ୍ତି । ଆସନ୍ତୁ ଜାଣିବା ଦେଶୀ ଢ଼ଙ୍ଗରେ ସେଓକୁ ନେଇ ପ୍ରସ୍ତୁତ ଏକ ବ୍ୟଞ୍ଜନ ।

ଆବଶ୍ୟକୀୟ ସାମଗ୍ରୀ
ସେଓ , ବେସନ, ଚାଉଳ ଗୁଣ୍ଡ , ଛାଣିବା ପାଇଁ ତେଲ , ନାଲି ଲଙ୍କା ପାଉଡର୍‌ , ଚାଟ୍‌ ମସଲା, ବେକିଂ ପାଉଡର୍‌ ଏବଂ ଆବଶ୍ୟକୀୟ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ସେଓର ଚେପା ଛଡ଼ାଇ ଲମ୍ବା ବା ଗୋଲ ଆକାରରେ କାଟି ଦିଅନ୍ତୁ । ବେଶୀ ପତଳା ବା ମୋଟା କରି କାଟିବେ ନାହିଁ । ମଧ୍ୟମ ଆକାରରେ କାଟିବେ । ଏହାପରେ ଏକ ପାତ୍ରରେ ବେସନ, ଚାଉଳ ଗୁଣ୍ଡ, ଲୁଣ, ଚାଟ୍‌ ମସଲା, ନାଲି ଲଙ୍କା ପାଉଡର୍‌ରେ ପାଣି ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ । ଘୋଳ ଅଧିକ ପତଳା ବା ଗାଢ଼ କରନ୍ତୁ ନାହିଁ । ଏବେ ଏକ କଢ଼େଇରେ ତେଲ ପକାଇ ଗରମ କରନ୍ତୁ । ଏବେ ଘୋଳରେ ଅଳ୍ପ ବେକିଂ ପାଉଡର୍‌ ଏବଂ ସେଓକୁ ପକାଇ ଭଲ ଭାବେ ଗୋଳାନ୍ତୁ ।

ଖ୍ରୀଷ୍ଟମାସ୍‌ରେ ପ୍ରସ୍ତୁତ କରନ୍ତୁ ସେଓ ପକୋଡ଼ା

ଏହାପରେ ଗରମ ଗରମ ତେଲରେ ସେଓର ପକୋଡ଼ା ଛାଣନ୍ତୁ । ସାଧାରଣ ପକୋଡ଼ା ଶୈଳୀରେ ସେଓ ପକୋଡ଼ାକୁ ଛାଣନ୍ତୁ । ପକୋଡ଼ା ପ୍ରସ୍ତୁତ ହୋଇଗଲା ପରେ ଟମାଟୋ ସସ୍‌ ବା ଚକୋଲେଟ୍‌ ସସ୍‌ ସହିତ ପ୍ରିୟପରିଜନଙ୍କ ଆଗରେ ପରଷନ୍ତୁ ।