ବଙ୍ଗୋପସାଗରରେ ଲଘୁଚାପ: ତାମଲନାଡ଼ୁ, କେରଳ, ଆନ୍ଧ୍ର ଓ ପୁଟୁଚେରୀରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ : ନଭେମ୍ବର ୦୯: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆଜି ସକାଳ ସାଢେ ୮ଟା ବେଳେ ଏହି ଲଘୁଚାପ ସୃଷ୍ଟି ହୋଇଛି । ସମ୍ପୂର୍ଣ୍ଣ ସୂଚନା ଅନୁସାରେ, ଆସନ୍ତା ୩୬ ଘଣ୍ଟାରେ ଏହି ଲପୁଚାପ ଆହୁରି ଘନୀଭୂତ ହୋଇ ଅବପାତ ବା ଡିପ୍ରେସନରେ ପରିଣତ ହେବ । ଏହା ଉତ୍ତର-ପଶ୍ଚିମ ଦିଗ ଦେଇ […]

Samaya Live Picture
Published On

ନୂଆଦିଲ୍ଲୀ : ନଭେମ୍ବର ୦୯: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆଜି ସକାଳ ସାଢେ ୮ଟା ବେଳେ ଏହି ଲଘୁଚାପ ସୃଷ୍ଟି ହୋଇଛି ।

ସମ୍ପୂର୍ଣ୍ଣ ସୂଚନା ଅନୁସାରେ, ଆସନ୍ତା ୩୬ ଘଣ୍ଟାରେ ଏହି ଲପୁଚାପ ଆହୁରି ଘନୀଭୂତ ହୋଇ ଅବପାତ ବା ଡିପ୍ରେସନରେ ପରିଣତ ହେବ । ଏହା ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବ । ଏହି ଲଘୁଚାପ ପାଖାପାଖି ୧୧ ତାରିଖ ସକାଳେ ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିବ ।
ଏହି ଡିପ୍ରେସନ ପ୍ରଭାବରେ ଆଜିଠାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଷେଶ କଥା ହେଲା, ତାମିଲନାଡୁରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ହେଉଛି । ବର୍ଷା ଯୋଗୁଁ ୫ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହି ଲଘୁଚାପ ସୃଷ୍ଟି ଫଳରେ ସେଠାକାର ସ୍ଥିତି ଅଧିକ ସଙ୍ଗୀନ ହେବା ସହିତ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି ଅନୁମାନ କରାଯାଉଛି । ଏହାକୁ ନଜରରେ ରଖି ରାଜ୍ୟସରକାର ଉପକୂଳବର୍ତ୍ତୀ ଜିଲ୍ଲାରେ ଏନଡିଆରଏଫ ମୁତୟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରୁଛନ୍ତି । ତଳୁଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତରୀତ କରାଯାଉଛି ଏବଂ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।