କର୍ଣ୍ଣାଟକହିଜାବ ବିବାଦକୁ ନେଇ ମୁହଁ ଖୋଲିଲା ଆମେରିକା
ଦିଲ୍ଲୀ: ଫେବୃଆରୀ ୧୨: କର୍ଣ୍ଣାଟକ ହିଜାବ ବିବାଦର ନିଆଁର ଧୂଆଁ ଏବେ ଆମେରିକାରେ ବାଜିଲାଣି । ଦେଶରେ ଚାଲିଥିବା ଧାର୍ମିକ ବିବାଦକୁ ନେଇ ଆଜି ଆମେରିକା ନିଜ ମନ୍ତବ୍ୟ ଦେଇଛି । ବିଭିନ୍ନ ଦେଶରେ ଧାର୍ମିକ ସ୍ୱତନ୍ତ୍ରତା ଉପରେ ନଜର ରଖିଥିବା ଆମେରିକୀୟ ସଂସ୍ଥା ଅନ୍ତଃରାଷ୍ଟ୍ରୀୟ ଧାର୍ମିକ ସ୍ୱତନ୍ତ୍ରତା (ଇଣ୍ଟରନ୍ୟାସନାଲ ରେଲିଜିଅସ୍ ଫ୍ରିଡମ୍) ପକ୍ଷରୁ ଏହା ଉପରେ ଏକ ବିବୃତି ଦିଆଯାଇଛି । ହିଜାବ ବିବାଦକୁ ରାଜ୍ୟ ନେଇଥିବା ନିର୍ଦ୍ଦେଶକୁ ଆମେରିକା ସଂସ୍ଥା ନିନ୍ଦା କରିଛି । […]
ଦିଲ୍ଲୀ: ଫେବୃଆରୀ ୧୨: କର୍ଣ୍ଣାଟକ ହିଜାବ ବିବାଦର ନିଆଁର ଧୂଆଁ ଏବେ ଆମେରିକାରେ ବାଜିଲାଣି । ଦେଶରେ ଚାଲିଥିବା ଧାର୍ମିକ ବିବାଦକୁ ନେଇ ଆଜି ଆମେରିକା ନିଜ ମନ୍ତବ୍ୟ ଦେଇଛି । ବିଭିନ୍ନ ଦେଶରେ ଧାର୍ମିକ ସ୍ୱତନ୍ତ୍ରତା ଉପରେ ନଜର ରଖିଥିବା ଆମେରିକୀୟ ସଂସ୍ଥା ଅନ୍ତଃରାଷ୍ଟ୍ରୀୟ ଧାର୍ମିକ ସ୍ୱତନ୍ତ୍ରତା (ଇଣ୍ଟରନ୍ୟାସନାଲ ରେଲିଜିଅସ୍ ଫ୍ରିଡମ୍) ପକ୍ଷରୁ ଏହା ଉପରେ ଏକ ବିବୃତି ଦିଆଯାଇଛି । ହିଜାବ ବିବାଦକୁ ରାଜ୍ୟ ନେଇଥିବା ନିର୍ଦ୍ଦେଶକୁ ଆମେରିକା ସଂସ୍ଥା ନିନ୍ଦା କରିଛି । ସ୍କୁଲରେ ହିଜାବ ଉପରେ ପ୍ରତିବନ୍ଧକ ଲଗାଇବା ଧାର୍ମୀୟ ସ୍ୱତନ୍ତ୍ରତାର ଉଲ୍ଲଘଂନ ବୋଲି ଆମେରିକୀୟ ସଂସ୍ଥା ପ୍ରକାଶ କରିଛି ।
ଏହାସହିତ ଧର୍ମକୁ ନେଇ ସୋସିଆଲ ମିଡିଆରେ ହେଉଥିବା ବାଦବିବାଦ ଓ ବକ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇଛି ।
ହ୍ୱାଇଟ୍ ହାଉସ୍ ପରାମର୍ଶଦାତା ରଶଦ ହୁସୈନଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟଇ କରି ସୂଚନା ଦିଆଯାଇଛି ଯେ, ଧାର୍ମିକ ସ୍ୱତନ୍ତ୍ରତା ନିୟମ ଅନୁଯାୟୀ, ସମସ୍ତଙ୍କୁ ନିଜ ନିଜ ଧାର୍ମିକ ପୋଷାକ ବାଛିବାର ଅଧିକାର ରହିଛି । ତେଣୁ କିଏ କିପରି ଧାର୍ମିକ ପୋଷାକ ପନ୍ଧିବ ସେ ସିଦ୍ଧାନ୍ତ କର୍ଣ୍ଣାଟକ ସରକାର ନେବା ଉଚିତ ନୁହେଁ । ତେଣୁ ସ୍କୁଲରେ ହିଜାବ ଉପରେ ପ୍ରତିବନ୍ଧଧର୍ମୀୟ ସ୍ୱତନ୍ତ୍ରତାର ଉଲ୍ଲଘଂନ ଅଟେ ।
ସୂଚନା ଥାଉଯେ, ଛାତ୍ରଛାତ୍ରୀମାନେ ଧର୍ମୀୟ ଭାବନା ସହିତ ଜଡ଼ିତ କୌଣସି ପୋଷାକ ପିନ୍ଧି ଶିକ୍ଷାନୁଷ୍ଠାନକୁ ଆସିପାରିବେ ନାହିଁ ବୋଲି କର୍ଣ୍ଣାଟକ ହାଇକୋର୍ଟ ଶୁଣାଣୀରେ କହିଛି । ହାଇକୋର୍ଟର ଏହି ନିର୍ଦ୍ଦେଶରେ ସେମାନଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି ବୋଲି ଦର୍ଶାଯାଇ ଏହି ମାମଲାକୁ ସୁପ୍ରିମକୋର୍ଟରେ ଅପିଲ କରାଯାଇଛି । ହାଇକୋର୍ଟଙ୍କ ଏହ ଅନ୍ତରୀଣ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ।




