ଏଣିକି ୬୦ ନୁହେଁ ୫୦ରେ ନବାକୁ ପଡିବ ଅବସର

ୟୁପି: ଜୁଲାଇ ୦୮: ଏଣିକି ସରକାରୀ ଚାକିରିଆଙ୍କ ଅବସର ବୟସକୁ ୫୦ ବର୍ଷ କଲେ ସରକାର । ଅର୍ଥାତ ୫୦ ବର୍ଷ ପରେ ଆପଣ ଆଉ କାମ କରିପାରିବେନି । ପୂର୍ବରୁ ୬୦ କିମ୍ବା ୬୨ ବର୍ଷରେ ସରକାରୀ ଚାକିରିଆମାନେ ଅବସର ନେଉଥିବା ବେଳେ ଏବେ ସେଇ ନିୟମରେ ବଡ଼ ଧରଣମ ପରିବର୍ତ୍ତନ କରିଛନ୍ତି ସରକାର । ଏଣିକି ଅବସର ବୟସସୀମାକୁ ୫୦ ବର୍ଷ କରାଯାଇଛି । ସୂଚନା ଅନୁସାରେ, ୟୁପି ସରକାର ଏଇ ନିୟମ ଲାଗୁ […]

Samaya Live Picture
Published On

ୟୁପି: ଜୁଲାଇ ୦୮: ଏଣିକି ସରକାରୀ ଚାକିରିଆଙ୍କ ଅବସର ବୟସକୁ ୫୦ ବର୍ଷ କଲେ ସରକାର । ଅର୍ଥାତ ୫୦ ବର୍ଷ ପରେ ଆପଣ ଆଉ କାମ କରିପାରିବେନି । ପୂର୍ବରୁ ୬୦ କିମ୍ବା ୬୨ ବର୍ଷରେ ସରକାରୀ ଚାକିରିଆମାନେ ଅବସର ନେଉଥିବା ବେଳେ ଏବେ ସେଇ ନିୟମରେ ବଡ଼ ଧରଣମ ପରିବର୍ତ୍ତନ କରିଛନ୍ତି ସରକାର । ଏଣିକି ଅବସର ବୟସସୀମାକୁ ୫୦ ବର୍ଷ କରାଯାଇଛି । ସୂଚନା ଅନୁସାରେ, ୟୁପି ସରକାର ଏଇ ନିୟମ ଲାଗୁ କରିଛନ୍ତି । ଆଉ ଏଇ ନିୟମ ଲାଗୁ ହେବା ପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଆହୁରି ମଧ୍ୟ ଯୋଗୀ ସରକାର ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ୫୦ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ସରକାରଙ୍କ ଏହି ନିୟମରେ ଖୁସି ନାହାନ୍ତି ଚାକିରିଆ । ଅବସର ବୟସ ସୀମାକୁ ୫୦ କରିବା ପରେ ସାରା ରାଜ୍ୟରେ କୁହୁଳିବାରେ ଲାଗିଛି ଅସନ୍ତୋଷ । ଜୁଲାଇ ୩୧ସୁଦ୍ଧା ଦୁର୍ନୀତିଗ୍ରସ୍ତ, ଗୁରୁତର ଅସୁସ୍ଥ ଥିବା କର୍ମଚାରୀ, କାର୍ଯ୍ୟ ନକରିବା ସ୍ଥିତିରେ ଥିବା କର୍ମଚାରୀ ବା କୌଣସି ଯାଞ୍ଚରେ ଫସିଥିବା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଅଗଷ୍ଟ ୧୫ ସୁଦ୍ଧା ଅବସରପ୍ରାପ୍ତ କର୍ମଚାରୀଙ୍କ ବିଷୟରେ ଏକ ରିପୋର୍ଟ ଦାଖଲ କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ । ଆଉ ଏଇ ନିର୍ଦ୍ଦେଶ ପାଇବା ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୫୦ବର୍ଷ ପୂରଣ କରିଥିବା ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ନାହିଁ । ବରଂ ଯେଉଁମାନେ ଭଲ କାମ କରୁଛନ୍ତି, ଯାହାଙ୍କ ନାଁରେ କୌଣସି ଦୁର୍ନୀତି ଥିବା ସେମାନଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯିବ ବୋଲି ସୂଚନା ମିଳିଛି ।