କମୁଛି ଦେଶରେ କରୋନା ସଂକ୍ରମଣ, ଆଜି ୨୦,୭୯୯ ସଂକ୍ରମିତ ଓ ୨୬, ୭୧୮ ସୁସ୍ଥ

ଦିଲ୍ଲୀ: ଅକ୍‌ଟୋବର ୦୪ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦, ୭୯୯ ରହିଛି । କେରଳରେ ସର୍ବାଧିକ ୧୨, ୨୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୬, ୭୧୮ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୭.୮୯ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୧ ଲକ୍ଷ ୨୧ ହଜାର ୨୪୭ ଜଣ କରୋନାରୁ ସୁସ୍ଥ […]

Samaya Live Picture
Published On

ଦିଲ୍ଲୀ: ଅକ୍‌ଟୋବର ୦୪ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦, ୭୯୯ ରହିଛି । କେରଳରେ ସର୍ବାଧିକ ୧୨, ୨୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୬, ୭୧୮ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୭.୮୯ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୧ ଲକ୍ଷ ୨୧ ହଜାର ୨୪୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୬୪ ହଜାର ୪୫୮ ରହିଛି ।
ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୧୮୦ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ୪ ଲକ୍ଷ ୪୮ ହଜାର ୯୯୭ ଜଣ ରୋଗୀଙ୍କର ମୃତୁ୍ୟ ହୋଇସାରିଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୬୩ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୧୦ ପ୍ରତିଶତ ରହିଛି । ଦେଶରେ ଏପର୍ଯ୍ୟନ୍ତ ୯୦.୭୯ କୋଟିରୁ ଅଧିକ କରୋନା ଟୀକା ନେଇ ସାରିଲେଣି ।