୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨, ୬୮, ୮୩୩ ଏବଂ ୪୦୨ ମୃତ

ଦିଲ୍ଲୀ: ଜାନୁଆରୀ ୧୫ :କୋଭିଡ ସଂକ୍ରମଣ ଦେଶରେ ଲମ୍ବା ଡିଆଁ ମାରିଛି । ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୮୩୩ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୨୨ ହଜାର ୬୮୪ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୪. ୮୩ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୯ ଲକ୍ଷ ୪୭ ହଜାର ୩୦୯ ଜଣ […]

Samaya Live Picture
Published On

ଦିଲ୍ଲୀ: ଜାନୁଆରୀ ୧୫ :କୋଭିଡ ସଂକ୍ରମଣ ଦେଶରେ ଲମ୍ବା ଡିଆଁ ମାରିଛି । ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୮୩୩ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୨୨ ହଜାର ୬୮୪ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୪. ୮୩ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୯ ଲକ୍ଷ ୪୭ ହଜାର ୩୦୯ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧୪ ଲକ୍ଷ ୧୭ ହଜାର ୮୨୦ ରହିଛି ।

ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧୨. ୮୪ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧୬. ୬୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୧୫୬ .୦୨ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।

ଅନ୍ୟପକ୍ଷରେ, ଦେଶରେ ୬, ୦୪୧ ଜଣ ଓମିକ୍ରନ୍‌ରେ ସଂକ୍ରମିତ ହୋଇସାରିଲେଣି ।